ଉତ୍ତରପ୍ରଦେଶରେ ୫ କାଉଡ଼ିଆଙ୍କର ବିଦ୍ୟୁୃତ ଆଘାତରେ ମୃତ୍ୟୁ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିରଟରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ୫ ଜଣ କାଉଡ଼ିଆଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସେମାନେ ଯାଉଥିବା ଗାଡ଼ି ଉପରେ ରଖାଯାଇଥିବା ସ୍ପିକର ଏକ ହାଇ ଭୋଲ୍ଟେଜ ତାର ସଂସ୍ପର୍ଶରେ ଆସିବା ଦ୍ବାରା ୫ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ କାଉଡ଼ିଆ ମଧ୍ୟ ଉକ୍ତ ଦୁର୍ଘଟଣାରେ ଆହତ ହୋଇଛନ୍ତି। ମିରଟର ଭୱନପୁର ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି। କାଉଡ଼ିଆମାନେ ହରିଦ୍ବାରରୁ ପବିତ୍ର ଜଳ ସଂଗ୍ରହ କରି ଫେରୁଥିବାବେଳେ ମିରଟ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିରଟରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ୫ ଜଣ କାଉଡ଼ିଆଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସେମାନେ ଯାଉଥିବା ଗାଡ଼ି ଉପରେ ରଖାଯାଇଥିବା ସ୍ପିକର ଏକ ହାଇ ଭୋଲ୍ଟେଜ ତାର ସଂସ୍ପର୍ଶରେ ଆସିବା ଦ୍ବାରା ୫ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ କାଉଡ଼ିଆ ମଧ୍ୟ ଉକ୍ତ ଦୁର୍ଘଟଣାରେ ଆହତ ହୋଇଛନ୍ତି। ମିରଟର ଭୱନପୁର ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି। କାଉଡ଼ିଆମାନେ ହରିଦ୍ବାରରୁ ପବିତ୍ର ଜଳ ସଂଗ୍ରହ କରି ଫେରୁଥିବାବେଳେ ମିରଟ ନିକଟରେ ଏହି ଦୁର୍ଘଟଣା ହୋଇଛି। ଉକ୍ତ ଘଟଣାରେ କ୍ରୋଧାନ୍ବିତ ହୋଇ କାଉଡ଼ିଆମାନେ ଆଜି ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ। ଏହି ଦୁର୍ଘଟଣା ପାଇଁ ସେମାନେ ବିଦ୍ୟୁତ ବିଭାଗର ଦାୟିତ୍ବହୀନତାକୁ ଦାୟୀ କରିଥିଲେ। ତେବେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲାପାଳ ଦୀପକ ମିନା ସ୍ପଷ୍ଟ କରିଛନ୍ତି। ଆହୁରି ୧୦ ଜଣ ଚିକିିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।




