ଉତ୍ତରପ୍ରଦେଶରେ ୩ ମହଲା କୋଠା‌ ଭୁଶୁଡ଼ି ୨ ମୃତ, ୧୦ ଆହତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରବାଙ୍କିରେ ଆଜି ଏକ ୩ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ୪ ଜଣ ଲୋକ ଏବେ ବି ଭଗ୍ନ କୋଠାତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ପହଞ୍ଚି ସାରିଛି। ସୋମବାର ଭୋରତ ୩ଟା ସମୟରେ ବାରବାଙ୍କିର ଫତେପୁରରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଲକ୍ଷ୍ନୌ […]

Samaya Live Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରବାଙ୍କିରେ ଆଜି ଏକ ୩ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ୪ ଜଣ ଲୋକ ଏବେ ବି ଭଗ୍ନ କୋଠାତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ପହଞ୍ଚି ସାରିଛି। ସୋମବାର ଭୋରତ ୩ଟା ସମୟରେ ବାରବାଙ୍କିର ଫତେପୁରରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟର ପଠାଯାଇଛି। ତେବେ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଜିଲ୍ଲା ହସ୍ପିଟାଲର ମୁଖ୍ୟ ମେଡିକାଲ ସୁପରିନ‌ଟେଣ୍ଡେଣ୍ଟ୍‌ କହିଛନ୍ତି। ବାରବାଙ୍କି ଏସ୍‌ପି ଦିନେଶ ସିଂହ କହିଛନ୍ତି, କୋଠା ଭୁଶୁଡ଼ିବା ସମୟରେ ଘରେ ୧୬ ଲୋକ ଫସି ରହିଥିଲେ। ସହଯୋଗ ପାଇଁ ଏନଡିଆରଏଫ୍‌ ଟିମ୍‌ ଡକାଯିବାପରେ ଉଦ୍ଧାର ଅପରେସନ ଆରମ୍ଭ ‌ହେଲା।

Tags: