ଉତ୍ତରପ୍ରଦେଶରେ ୧୪ ମାସରେ ୯ ମହିଳାଙ୍କୁ ସମାନ ଢଙ୍ଗରେ ହତ୍ୟା
ବରେଲି: ଉତ୍ତରପ୍ରଦେଶ ବରେଲି ଜିଲ୍ଲା ଅଧୀନସ୍ଥ କିଛି ଗ୍ରାମରେ ଗତ ୧୪ ମାସ ମଧ୍ୟରେ ସମାନ ଢଙ୍ଗରେ ୯ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। କେବଳ ଦୁଇଟି ଥାନା ଅଧୀନରେ ଥିବା ଗ୍ରାମଗୁଡ଼ିକରେ ଏହିସବୁ ହତ୍ୟାକାଣ୍ଡ ଘଟିଛି। ଏ ସମସ୍ତ ହତ୍ୟାକାଣ୍ଡରେ ଗୋଟିଏ ନିର୍ଦ୍ଦିଷ୍ଟ ଢାଞ୍ଚା ଦେଖିବାକୁ ମିଳିଛି। ସମସ୍ତ ନିହତ ମହିଳାଙ୍କ ବୟସ ୪୫ରୁ ୫୫ ବର୍ଷ ମଧ୍ୟରେ। ସମସ୍ତଙ୍କୁ ମଧ୍ୟାହ୍ନ ସମୟରେ କ୍ଷେତରେ ଗଳା ଚିପି […]
ବରେଲି: ଉତ୍ତରପ୍ରଦେଶ ବରେଲି ଜିଲ୍ଲା ଅଧୀନସ୍ଥ କିଛି ଗ୍ରାମରେ ଗତ ୧୪ ମାସ ମଧ୍ୟରେ ସମାନ ଢଙ୍ଗରେ ୯ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। କେବଳ ଦୁଇଟି ଥାନା ଅଧୀନରେ ଥିବା ଗ୍ରାମଗୁଡ଼ିକରେ ଏହିସବୁ ହତ୍ୟାକାଣ୍ଡ ଘଟିଛି। ଏ ସମସ୍ତ ହତ୍ୟାକାଣ୍ଡରେ ଗୋଟିଏ ନିର୍ଦ୍ଦିଷ୍ଟ ଢାଞ୍ଚା ଦେଖିବାକୁ ମିଳିଛି। ସମସ୍ତ ନିହତ ମହିଳାଙ୍କ ବୟସ ୪୫ରୁ ୫୫ ବର୍ଷ ମଧ୍ୟରେ। ସମସ୍ତଙ୍କୁ ମଧ୍ୟାହ୍ନ ସମୟରେ କ୍ଷେତରେ ଗଳା ଚିପି ହତ୍ୟା କରାଯାଇଛି। ଫରେନ୍ସିକ୍ ପରୀକ୍ଷଣରୁ ସେମାନେ କୌଣସି ଯୌନନିର୍ଯାତନାର ଶିକାର ହୋଇନଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି, ଆମ ଟିମ୍ ୬ ମାସ ଧରି ଏହି ମାମଲାର ତଦନ୍ତ କରୁଛି। ହତ୍ୟାକାଣ୍ଡଗୁଡ଼ିକ ପ୍ରାୟ ସମାନ ଧରଣର ହୋଇଥିବା ଯୋଗୁଁ ଏହା ପଛରେ କୌଣସି ସିରିଅଲ କିଲର ଥିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। କିଛି ତଥ୍ୟକୁ ଆଧାର କରି ୩ ଜଣ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରାଯାଇଛି ବୋଲି କୁମାର ଗଣମାଧ୍ୟମକୁ କହିଛନ୍ତି। ସନ୍ଦେହରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ପ୍ରକୃତ ଦୋଷୀ ହୋଇ ନ ପାରନ୍ତି ବୋଲି ତଦନ୍ତକାରୀ ଏଜେନ୍ସି ଅନୁମାନ କରୁଛି, କାରଣ ସେମାନେ ଜେଲରେ ଥିବା ବେଳେ ହତ୍ୟାକାଣ୍ଡ ହୋଇଛି। ଇତି ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିକଟରେ ଜାମିନ ପାଇଥିବା କିମ୍ବା ମୁକ୍ତ ହୋଇଥିବା କଏଦୀଙ୍କ ବିବରଣୀ ଯାଞ୍ଚ କରୁଛନ୍ତି।




