ଉତ୍ତରପ୍ରଦେଶରେ ହାଇ ଭୋଲ୍ଟେଜ ତାର ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗିଯିବାରୁ ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରେ ଆଜି ଏକ ବସରେ ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ ବସଟି ଏକ ହାଇ ଭୋଲ୍ଟେଜ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଗାଜିପୁରର ମରଦାହ ସହରରେ ଏହି ଦୁର୍ଘଟଣା ହୋଇଛି। ବସଟି ମହାହାର ସହରରୁ ଯାଉଥିବାବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ତୁରନ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରେ ଆଜି ଏକ ବସରେ ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ ବସଟି ଏକ ହାଇ ଭୋଲ୍ଟେଜ ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଗାଜିପୁରର ମରଦାହ ସହରରେ ଏହି ଦୁର୍ଘଟଣା ହୋଇଛି। ବସଟି ମହାହାର ସହରରୁ ଯାଉଥିବାବେଳେ ଏଥିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ତୁରନ୍ତ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିନେଇଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଦୁର୍ଘଟଣା ସ୍ଥଳରେ ପହଞ୍ଚି ରିଲିଫ ଅପରେସନ ତଦାରଖ କରିବାପାଇଁ ଶୀର୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥି୍ଲେ।

Tags: