ଉତ୍ତରପ୍ରଦେଶରେ ଶିଶୁ ଚୋରାଚାଲାଣ , ୯୫ ଶିଶୁଙ୍କୁ ବିହାରରୁ ଉତ୍ତରପ୍ରଦେଶକୁ ନିଆଯାଉଥିବାବେଳେ ଅଯୋଧ୍ୟାରେ ଉଦ୍ଧାର ହେଲେ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଶିଶୁ କମିସନ୍ ଶୁକ୍ରବାର ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ନିରୀହ ଶିଶୁମାନଙ୍କୁ ବିହାରରୁ ଉତ୍ତରପ୍ରଦେଶକୁ ବେଆଇନ ଭାବେ ଚାଲାଣ କରାଯାଉଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଅଯୋଧ୍ୟା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ସର୍ବେଶ ଅୱସ୍ଥି କହିଛନ୍ତି, ଶୁକ୍ରବାଳ ସକାଳେ ଉତ୍ତରପ୍ରଦେଶ ଶିଶୁ କମିସନ୍ ସଦସ୍ୟ ସୁଚିତ୍ରା ଚତୁର୍ବେଦୀଙ୍କଠାରୁ ଖବର ପାଇ ସିଡବ୍ଲ୍ୟୁସି ସଦସ୍ୟମାନେ ଶିଶୁମାନଙ୍କୁ ଉଦ୍ଧାର କରିଛନ୍ତି। ଆଜି ସକାଳ ପ୍ରାୟ ୯ଟା ସମୟରେ ଉତ୍ତରପ୍ରଦେଶ ଶିଶୁ କମିସନ ସଦସ୍ୟ ସୁଚିତ୍ରା […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଶିଶୁ କମିସନ୍ ଶୁକ୍ରବାର ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ନିରୀହ ଶିଶୁମାନଙ୍କୁ ବିହାରରୁ ଉତ୍ତରପ୍ରଦେଶକୁ ବେଆଇନ ଭାବେ ଚାଲାଣ କରାଯାଉଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଅଯୋଧ୍ୟା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ସର୍ବେଶ ଅୱସ୍ଥି କହିଛନ୍ତି, ଶୁକ୍ରବାଳ ସକାଳେ ଉତ୍ତରପ୍ରଦେଶ ଶିଶୁ କମିସନ୍ ସଦସ୍ୟ ସୁଚିତ୍ରା ଚତୁର୍ବେଦୀଙ୍କଠାରୁ ଖବର ପାଇ ସିଡବ୍ଲ୍ୟୁସି ସଦସ୍ୟମାନେ ଶିଶୁମାନଙ୍କୁ ଉଦ୍ଧାର କରିଛନ୍ତି। ଆଜି ସକାଳ ପ୍ରାୟ ୯ଟା ସମୟରେ ଉତ୍ତରପ୍ରଦେଶ ଶିଶୁ କମିସନ ସଦସ୍ୟ ସୁଚିତ୍ରା ଚତୁର୍ବେଦୀ କହିଛନ୍ତି, ବିହାରରୁ ଶିଶୁମାନଙ୍କୁ ଶାହରନପୁରକୁ ବେଆଇନ ଭାବେ ଚୋରାଚାଲାଣ କରାଯାଉତଲା। ସେମାନେ ଗୋରଖପୁରରେ ଥିଲେ ଏବଂ ଅଯୋଧ୍ୟା ଦେଇ ସେମାନଙ୍କୁ ସମସ୍ତିପୁର ନିଆଯାଉଥିଲା। ଅୱସ୍ଥି କହିଛନ୍ତି, ଆମେ ଶିଶୁମାନଙ୍କୁ ଉଦ୍ଧାର କଲୁ ଏବଂ ସେମାନଙ୍କୁ ଖାଦ୍ୟ ଓ ମେଡିକାଲ ସହାୟତା ପ୍ରଦାନ କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁମାନଙ୍କର ବୟସ ୪ରୁ ୧୨ ମଧ୍ୟରେ।




