ଉତ୍ତରପ୍ରଦେଶରେ ମା’ଙ୍କୁ ଦୁଷ୍କର୍ମ କଲା ପୁଅ; ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ଜରିମାନା
ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଜଣେ ୩୬ ବର୍ଷୀୟ ଯୁବକକୁ ତାଙ୍କ ବିଧବା ମା’ଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଆବିଦ ନାମକ ଅଭିଯୁକ୍ତକୁ କୋର୍ଟ ୫୧ ହଜାର ଟଙ୍କା ଜରିମାନା ବି କରିଛନ୍ତି। ସରକାରୀ ଓକିଲ ବିଜୟ ଶର୍ମାଙ୍କ କହିବାନୁଯାୟୀ, ଗତ ବର୍ଷ ଜାନୁଆରି ୧୬ ତାରିଖରେ ୬୦ ବର୍ଷୀୟା ମହିଳା ଓ ଅଭିଯୁକ୍ତ ନିକଟସ୍ଥ ଏକ ଚାଷ ଜମିକୁ ଘାସ କାଟିବାକୁ ଯାଇଥିଲେ। ମା’ ଘାସ କାଟିବାରେ ବ୍ୟସ୍ତ […]
ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଜଣେ ୩୬ ବର୍ଷୀୟ ଯୁବକକୁ ତାଙ୍କ ବିଧବା ମା’ଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଆବିଦ ନାମକ ଅଭିଯୁକ୍ତକୁ କୋର୍ଟ ୫୧ ହଜାର ଟଙ୍କା ଜରିମାନା ବି କରିଛନ୍ତି। ସରକାରୀ ଓକିଲ ବିଜୟ ଶର୍ମାଙ୍କ କହିବାନୁଯାୟୀ, ଗତ ବର୍ଷ ଜାନୁଆରି ୧୬ ତାରିଖରେ ୬୦ ବର୍ଷୀୟା ମହିଳା ଓ ଅଭିଯୁକ୍ତ ନିକଟସ୍ଥ ଏକ ଚାଷ ଜମିକୁ ଘାସ କାଟିବାକୁ ଯାଇଥିଲେ। ମା’ ଘାସ କାଟିବାରେ ବ୍ୟସ୍ତ ଥିବା ବେଳେ ଆବିଦ ତାଙ୍କ ପାଟିରେ ଏକ କପଡ଼ା ଭର୍ତ୍ତି କରି ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହି ଘଟଣା ପରେ ଆବିଦ ତାଙ୍କ ମା’ଙ୍କୁ କହିଥିଲା ଯେ ସେ ତାଙ୍କ ପତ୍ନୀଙ୍କ ଭଳି ବଞ୍ଚନ୍ତୁ। ଘଟଣା କାହାକୁ ଜଣାଇଲେ ଜୀବନରୁ ମାରିଦେବ ବୋଲି ଧମକ ମଧ୍ୟ ଦେଇଥିଲା। ପୁଅର ଧମକ ସତ୍ତ୍ୱେ ମହିଳା ଜଣକ ତାଙ୍କ ପଡ଼ୋଶୀଙ୍କୁ ଘଟଣା ଜଣାଇବା ପରେ ସେ ପୀଡ଼ିତାଙ୍କ ସାନ ପୁଅକୁ ଜଣାଇଥିଲେ ଏବଂ ମାମଲା ଯାଇ ଥାନାରେ ପହଞ୍ଚିଥିଲା। ୨୦୨୩ ଜାନୁଆରି ୨୨ରେ ଏତଲା ରୁଜୁ କରାଯାଇ ଆବିଦକୁ ଗିରଫ କରାଯାଇଥିଲା। ବର୍ଷେରୁ ଅଧିକ ସମୟ ଧରି ଶୁଣାଣି ପରେ ଅଦାଲତ ଆବିଦକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫୧ ହଜାର ଟଙ୍କା ଜରିମାନା ପାଇଁ ଆଦେଶ ଦେଇଛନ୍ତି।




