ଉତ୍ତରପ୍ରଦେଶରେ ବୁଲଡୋଜର ଡ୍ରାଇଭରଙ୍କ ଉନ୍ମତକାଣ୍ଡ, ଟୋଲ୍ ଫି ନଦେଇ ବୁଥ୍ ଉପରେ ବୁଲଡୋଜର ଚଢ଼ାଇଲେ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁର ଜିଲ୍ଲା ଅଧୀନସ୍ଥ ପିଲଖୁୱାରେ ଆଜି ଚ୍ଛଜଶ୍ରୀ ଟୋଲ୍ ପ୍ଲାଜା ନିକଟରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଜଣେ ବୁଲଡୋଜର ଡ୍ରାଇଭରଙ୍କୁ ଟୋଲ୍ ଫି ଦେବାକୁ କୁହାଯାଇଥିଲା। କିନ୍ତୁ ସେ ଟୋଲ୍ ଫି ନଦେଇ ଟୋଲ୍ ବୁଥ୍ ଭଙ୍ଗାରୁଜା କରିଥିଲେ। ଉକ୍ତ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆଜି ସକାଳ ୮.୩୦ରେ ଏହି ଘଟଣା ଘଟିଛି। ବୁଲଡୋଜର ଡ୍ରାଇଭର ଟୋଲ୍ ଫି ନଦେଇ ବୁଥ୍ ଉପରେ ବୁଲଡୋଜର ଚଢ଼ାଇବା […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁର ଜିଲ୍ଲା ଅଧୀନସ୍ଥ ପିଲଖୁୱାରେ ଆଜି ଚ୍ଛଜଶ୍ରୀ ଟୋଲ୍ ପ୍ଲାଜା ନିକଟରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଜଣେ ବୁଲଡୋଜର ଡ୍ରାଇଭରଙ୍କୁ ଟୋଲ୍ ଫି ଦେବାକୁ କୁହାଯାଇଥିଲା। କିନ୍ତୁ ସେ ଟୋଲ୍ ଫି ନଦେଇ ଟୋଲ୍ ବୁଥ୍ ଭଙ୍ଗାରୁଜା କରିଥିଲେ। ଉକ୍ତ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଆଜି ସକାଳ ୮.୩୦ରେ ଏହି ଘଟଣା ଘଟିଛି। ବୁଲଡୋଜର ଡ୍ରାଇଭର ଟୋଲ୍ ଫି ନଦେଇ ବୁଥ୍ ଉପରେ ବୁଲଡୋଜର ଚଢ଼ାଇବା ବେଳେ ଟୋଲ୍ କର୍ମଚାରୀମାନେ ଏହାର ଭିଡିଓ ରେକର୍ଡ କରିଥିଲେ। ବୁଲଡୋଜର ଡ୍ରାଇଭର ୨ଟି ଟୋଲ୍ ବୁଥ୍ ଭାଙ୍ଗି ଦେଇଛନ୍ତି। ଏସପି ଅଭିଶେକ ବର୍ମା କହିଛନ୍ତି, ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଜେସିବି ଡ୍ରାଇଭର ଗିରଫ ହୋଇଛନ୍ତି।




