ଉତ୍ତରପ୍ରଦେଶରେ ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ଆସିଥିବା କର୍ମଚାରୀଙ୍କ ପଛରେ କୁକୁର ଲଗାଇଦେଲେ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଗୁରୁବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ବିଲ୍ ଆଦାୟ କରିବା ପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପରିବାର ଲୋକ ଜଣେ ଅଜଣା ବନ୍ଧୁଙ୍କ ସହାୟତାରେ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ପଛରେ ଦୁଇଟି ବଡ଼ ପୋଷା କୁକୁର ଲଗାଇ ଦେଇଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ବନ୍ଧୁକ ବାହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଭାସ୍କର ସିହ୍ନା, ଉପଖଣ୍ଡ ଅଧିକାରୀ ରୀନା, […]
ଲକ୍ଷ୍ନୌ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଗୁରୁବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ବିଲ୍ ଆଦାୟ କରିବା ପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପରିବାର ଲୋକ ଜଣେ ଅଜଣା ବନ୍ଧୁଙ୍କ ସହାୟତାରେ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ପଛରେ ଦୁଇଟି ବଡ଼ ପୋଷା କୁକୁର ଲଗାଇ ଦେଇଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ବନ୍ଧୁକ ବାହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଭାସ୍କର ସିହ୍ନା, ଉପଖଣ୍ଡ ଅଧିକାରୀ ରୀନା, କର୍ମଚାରୀ ସୁଧୀର କୁମାର ଓ ମହମ୍ମଦ ଇକବାଲ, ଡ୍ରାଇଭର ମହମ୍ମଦ ଇର୍ଶାଦଙ୍କ ସମେତ ପଶ୍ଚିମାଞ୍ଚଳ ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ୍ (ପିଭିଭିଏନ୍ଏଲ୍)ର ଏକ ଟିମ୍ ସହରର ଜ୍ଞାନ ଲୋକ କଲୋନିରେ ଥିବା ରାଜେନ୍ଦ୍ର ଚୌଧୁରୀଙ୍କ ଘରକୁ ସାଢ଼େ ୩ ଲକ୍ଷ ଟଙ୍କାରୁ ଅଧିକ ବକେୟା ବିଲ୍ ଆଦାୟ କରିବାକୁ ଆସିଥିଲେ । ରାଜେନ୍ଦ୍ର, ତାଙ୍କ ପତ୍ନୀ କବିତା, ପୁଅ ବିଶାଲ ଓ ତାଙ୍କ ସାଙ୍ଗ ଖାଲି ବିଲ୍ ଦେବାକୁ ମନା କରି ନଥିଲେ ବରଂ ସେମାନଙ୍କୁ ଲାଠିରେ ମାଡ଼ ମାରିବା ସହ ସେମାନଙ୍କ ଦୁଇଟି ଭୟଙ୍କର କୁକୁର- ଗୋଟିଏ ଜର୍ମାନ ଶେଫର୍ଡ ଓ ଗୋଟିଏ ଲାବ୍ରାଡରକୁ ଛାଡ଼ି ଦେଇଥିଲେ। ଉଭୟ ଲାଠିମାଡ଼ ଓ କୁକୁର ଆକ୍ରମଣରେ ଆହତ ହୋଇଥିବା ସିହ୍ନାଙ୍କୁ ରକ୍ଷା କରିବାକୁ ଯାଇ ସଂଘର୍ଷରେ ତାଙ୍କ ସହଯୋଗୀମାନେ ମଧ୍ୟ ଆହତ ହୋଇଥିଲେ ।




