ଉତ୍ତରପ୍ରଦେଶରେ ବର୍ବର କାଣ୍ଡ, ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରି ଭିଡିଓ ରେକର୍ଡ କଲେ ୨ ମୁସଲିମ ଯୁବକ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବ‌ରେଲି ଜିଲ୍ଲା‌ରେ ଅତି ବର୍ବର କାଣ୍ଡ ଘଟିଛି। ଜଣେ ଦଳିତ ମହିଳାଙ୍କୁ ୨ ଜଣ ମୁସଲିମ ଯୁବକ ନିଶା ଦେଇ ଗଣଦୁଷ୍କର୍ମ କରିଛନ୍ତି ଏବଂ ଉକ୍ତ ଘଟଣାର ଭିଡିଓ ରେକର୍ଡ କରିଛନ୍ତି। ସେମାନେ ମହିଳାଙ୍କୁ ଗୋମାଂସ ଖାଇବାକୁ ବାଧ୍ୟ କରିଛନ୍ତି। ଘଟଣାରେ ଜଣେ ମୁସଲିମ ମହିଳା ମଧ୍ୟ ସମ୍ପୃକ୍ତ। ସେ ପୀଡ଼ିତାଙ୍କୁ ଏକ ହୋଟେଲକୁ ଡାକିଥିଲେ। ସେଠାରେ ୨ ମୁସଲିମ ଯୁବକଙ୍କ ଦ୍ବାରା ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। […]

Samaya Live Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବ‌ରେଲି ଜିଲ୍ଲା‌ରେ ଅତି ବର୍ବର କାଣ୍ଡ ଘଟିଛି। ଜଣେ ଦଳିତ ମହିଳାଙ୍କୁ ୨ ଜଣ ମୁସଲିମ ଯୁବକ ନିଶା ଦେଇ ଗଣଦୁଷ୍କର୍ମ କରିଛନ୍ତି ଏବଂ ଉକ୍ତ ଘଟଣାର ଭିଡିଓ ରେକର୍ଡ କରିଛନ୍ତି। ସେମାନେ ମହିଳାଙ୍କୁ ଗୋମାଂସ ଖାଇବାକୁ ବାଧ୍ୟ କରିଛନ୍ତି। ଘଟଣାରେ ଜଣେ ମୁସଲିମ ମହିଳା ମଧ୍ୟ ସମ୍ପୃକ୍ତ। ସେ ପୀଡ଼ିତାଙ୍କୁ ଏକ ହୋଟେଲକୁ ଡାକିଥିଲେ। ସେଠାରେ ୨ ମୁସଲିମ ଯୁବକଙ୍କ ଦ୍ବାରା ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଜ‌ଣଙ୍କ ନାଁ ସୋଏବ ଏବଂ ଅନ୍ୟ ଜଣଙ୍କ ନାଁ ନାଜିମ। ସୋଏବ ଜଣେ ବି ଫାର୍ମା ଛାତ୍ର ଏବଂ ନଜିମ ବାରିକ ଭାବେ କାମ କରେ। ସେମାନେ ଘଟଣାର ଭିଡିଓ ‌ରେକର୍ଡ କରି ପୀଡ଼ିତାଙ୍କୁ ବ୍ଲାକମେଲ୍‌ କରିଥିଲେ। ଭିଡିଓ ଭାଇରାଲ୍‌ କରିଦେବାର ଧମକ ଦେଇ ସେମାନେ ପୀଡ଼ିତାଙ୍କଠାରୁ ୫ ଲକ୍ଷ ଦାବି କରିଥିଲେ। ତେବେ ପୀଡ଼ିତା ଏନେଇ ପୁଲିସରେ ଅଭିଯୋଗ କଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଉକ୍ତ ଘଟଣାରେ ଏସ୍‌ସି/ଏସ୍‌ଟି ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Tags: