ଉତ୍ତରପ୍ରଦେଶରେ ପୋଖରୀରେ ଟ୍ରାକ୍ଟର ଟ୍ରଲି ଖସି ୨୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଆଜି ଏକ ଦୁର୍ଘଟଣାରେ ୭ ଶିଶୁଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ପୋଖରି ମଧ୍ୟକୁ ଖସି ପଡ଼ିବା ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଶ୍ରଦ୍ଧାଳୁମାନେ ମାଘ ପୂର୍ଣ୍ଣିମା ଅବସରରେ କେଦାରଗଞ୍ଜ ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଯାଉଥିବାବେଳେ ବାଟରେ କାସଗଞ୍ଜ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଆଜି ଏକ ଦୁର୍ଘଟଣାରେ ୭ ଶିଶୁଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ପୋଖରି ମଧ୍ୟକୁ ଖସି ପଡ଼ିବା ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଶ୍ରଦ୍ଧାଳୁମାନେ ମାଘ ପୂର୍ଣ୍ଣିମା ଅବସରରେ କେଦାରଗଞ୍ଜ ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ଯାଉଥିବାବେଳେ ବାଟରେ କାସଗଞ୍ଜ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ଏତେ ଲୋକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ କର୍ତ୍ତୃପକ୍ଷମାନଙ୍କୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ପାଇଁ ଉତ୍ତମ ଚିକିତ୍ସାକ ବ୍ୟବସ୍ଥା କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Tags: