ଉତ୍ତରପ୍ରଦେଶରେ ପୁଣି ଜଣେ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର

ମିରଟ : ଉରପ୍ରଦେଶ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ଆଜି ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିଛନ୍ତି। ନଏଡା, ଗାଜିଆବାଦ ଏବଂ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରୁଥିବା ଅନୀଲ ଡୁଜାନା ଆଜି ୟୁପି ଏସଟିଏଫ୍‌ର ଗୁଳିମାଡ଼ରେ ନିପାତ ହୋଇଛି। ଅନିଲ ଡୁଜାନା ବିରୋଧରେ ୬୦ରୁ ଅଧିକ ଅପରାଧିକ ମାମଲା ରହିଛି। ଡୁଜାନା ଏକ ହତ୍ୟା ମାମଲାରେ ଜେଲ୍‌ରେ ଥିଲା। ଗତ ସପ୍ତାହରେ ସେ ଜାମିନରେ ବାହାରକୁ ଆସିଥିଲା। ତେବେ ଜାମିନରେ ବାହାରକୁ ଆସୁ […]

Samaya Live Picture
Published On

ମିରଟ : ଉରପ୍ରଦେଶ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ଆଜି ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିଛନ୍ତି। ନଏଡା, ଗାଜିଆବାଦ ଏବଂ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରୁଥିବା ଅନୀଲ ଡୁଜାନା ଆଜି ୟୁପି ଏସଟିଏଫ୍‌ର ଗୁଳିମାଡ଼ରେ ନିପାତ ହୋଇଛି। ଅନିଲ ଡୁଜାନା ବିରୋଧରେ ୬୦ରୁ ଅଧିକ ଅପରାଧିକ ମାମଲା ରହିଛି। ଡୁଜାନା ଏକ ହତ୍ୟା ମାମଲାରେ ଜେଲ୍‌ରେ ଥିଲା। ଗତ ସପ୍ତାହରେ ସେ ଜାମିନରେ ବାହାରକୁ ଆସିଥିଲା। ତେବେ ଜାମିନରେ ବାହାରକୁ ଆସୁ ଆସୁ ସେ ଲୋକଙ୍କୁ ପୁନର୍ବାର ଧମକାଇବା ଆରମ୍ଭ କରିଥିଲା। ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀକୁ ଡୁଜାନା ଧମକାଇଥିଲା ଏବଂ ତାକୁ ହତ୍ୟା କରିବାପାଇଁ ନିଷ୍ପତ୍ତି ନେଇଥିଲା। ଏସଟିଏଫ୍‌ ଉକ୍ତ ବିଷୟରେ ଜାଣିବାପରେ ଡୁଜାନାକୁ ଗିରଫ କରିବାପାଇଁ ପହଞ୍ଚିଥିଲେ। କିନ୍ତୁ ‌ଏହି ସମୟରେ ସେ ;ପୋଲିସ ଉପରକୁ ଗୁଳି ଚଳାଇବାରୁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ଅନିଲ ଡୁଜାନା ନିପାତ ହୋଇଥିଲା।

Tags: