ଉତ୍ତରପ୍ରଦେଶରେ ଜମି ବିବାଦ ପାଇଁ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା
ଲକ୍ଷ୍ନୌ : ଉତ୍ତରପ୍ରଦେଶର କୌସମ୍ଭୀ ଜିଲ୍ଲାରେ ଜମି ବିବାଦ ପାଇଁ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କ ଝିଅ ଏବଂ ଜ୍ବାଇଁଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ହରିଲାଲ୍ ନାମକ ଜଣେ ବ୍ୟକ୍ତିଙ୍କର ସୁଭାଷ ନାମକ ଜଣେ ବ୍ୟକ୍ତିଙ୍କ ସହ ଜମି ବିବାଦ ଥଲା। ସୁଭାଷ ଶୁକ୍ରବାର ସକାଳେ ହରିଲାଲ୍ ଏବଂ ତାଙ୍କ ଝିଅ ବ୍ରିଜକାଳି ଏବଂ ଜ୍ବାଇଁ ଶିବସରନଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି। ଉକ୍ତ ଘଟଣାରେ ସ୍ଥାନୀୟ […]
ଲକ୍ଷ୍ନୌ : ଉତ୍ତରପ୍ରଦେଶର କୌସମ୍ଭୀ ଜିଲ୍ଲାରେ ଜମି ବିବାଦ ପାଇଁ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କ ଝିଅ ଏବଂ ଜ୍ବାଇଁଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ହରିଲାଲ୍ ନାମକ ଜଣେ ବ୍ୟକ୍ତିଙ୍କର ସୁଭାଷ ନାମକ ଜଣେ ବ୍ୟକ୍ତିଙ୍କ ସହ ଜମି ବିବାଦ ଥଲା। ସୁଭାଷ ଶୁକ୍ରବାର ସକାଳେ ହରିଲାଲ୍ ଏବଂ ତାଙ୍କ ଝିଅ ବ୍ରିଜକାଳି ଏବଂ ଜ୍ବାଇଁ ଶିବସରନଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି। ଉକ୍ତ ଘଟଣାରେ ସ୍ଥାନୀୟ ଲୋକ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତ ଘରେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମର ଶରୀର ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ଚାହିଥିଲା। କିନ୍ତୁ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ସେମାନେ କହିଥିଲେ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ସେମାନେ ମର ଶରୀର ବ୍ୟବଚ୍ଛେଦ କରିବାପାଇଁ ଅନୁମତି ଦେବେନି। ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।




