ଉତ୍ତରପ୍ରଦେଶରେ ଜମି ବିବାଦରୁ ସଂଘର୍ଷ, ୬ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଦେଓରିଆରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଏକ ଜମି ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଛି ଏବଂ ଉକ୍ତ ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାମାଶିଷ ଯାଦବ ଏବଂ ଶଶିଭୂଷଣ ଚୌହାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବିବା ଥିଲା। ରାମାଶିଷ ଯାଦବ ତାଙ୍କ ଜମି ନିକଟରେ ପାଚେରୀ ବନାଇବାକୁ ନେଇ ଝଗଡ଼ା ହୋଇଥିଲା। କାରଣ ଯାଦବଙ୍ଗ ଜାଗାକୁ ଯାଇଥିବା ରାସ୍ତା ଚୌହାନଙ୍କ ଘର ଦେଇ ଯାଇଛି। […]

Samaya Live Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଦେଓରିଆରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଏକ ଜମି ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଛି ଏବଂ ଉକ୍ତ ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାମାଶିଷ ଯାଦବ ଏବଂ ଶଶିଭୂଷଣ ଚୌହାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବିବା ଥିଲା। ରାମାଶିଷ ଯାଦବ ତାଙ୍କ ଜମି ନିକଟରେ ପାଚେରୀ ବନାଇବାକୁ ନେଇ ଝଗଡ଼ା ହୋଇଥିଲା। କାରଣ ଯାଦବଙ୍ଗ ଜାଗାକୁ ଯାଇଥିବା ରାସ୍ତା ଚୌହାନଙ୍କ ଘର ଦେଇ ଯାଇଛି। ଚୌହାନ ଦାବି କରିଛନ୍ତି ଯେ ତାଙ୍କର କିଛି ଜାଗାକୁ ଯାଦବ ଜବରଦଖଲ କରିନେଇଛନ୍ତି। ତେବେ ଉଭୟ ପକ୍ଷ ମଧ୍ୟରେ ବିବାଦ ହେବାଦ୍ବାରା‌ ଉଭୟ ପକ୍ଷର ସମର୍ଥକଙ୍କର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ପରସ୍ପର ପରସ୍ପର ଉପରକୁ ଗୁଳିମାଡ଼ କରିଥିଲେ। ଉକ୍ତ ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଅନେକ ଗାଡ଼ି ମୋଟର ରେ ନିଆଁ ଲଗାଇ ଦିଆଯାଇଛି। ଦେଓରିଆ ଏସ୍‌ପି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ମାମଲାରେ ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରାଯାଉଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Tags: