ଉତ୍ତରପ୍ରଦେଶରେ ଗ୍ରୀଷ୍ମଲହରୀ ମୃତ୍ୟୁୃସଂଖ୍ୟା ୬୮କୁ ବୃଦ୍ଧି

ଲକ୍ଷ୍ନୌ: ଉତ୍ତର ଭାରତର ଅନେକ ଅଂଶରେ ଗ୍ରୀଷ୍ମଲହରୀ ଜାରି ରହିଛି। ପୂର୍ବ ଉତ୍ତରପ୍ରଦେଶର ବଲ୍ଲିଆରେ ସ୍ଥିତି ଅତ୍ୟନ୍ତ ‌ଜଟିଳ ହୋଇଯାଇଛି। ବଲ୍ଲିଆରେ ଗ୍ରୀଷ୍ମଲହରୀ ପାଇଁ ପୁଣି ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ଗ୍ରୀଷ୍ମଲହରୀ ଜନିତ ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ଗତ ରବିବାର ଦିନ ବଲ୍ଲିଆ ଜିଲ୍ଲା ହସ୍ପିଟାଲରେ ୧୭୮ ଲୋକ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିଲା। ପ୍ରବଳ ଗରମ ଯୋଗୁଁ […]

Samaya Live Picture
Published On

ଲକ୍ଷ୍ନୌ: ଉତ୍ତର ଭାରତର ଅନେକ ଅଂଶରେ ଗ୍ରୀଷ୍ମଲହରୀ ଜାରି ରହିଛି। ପୂର୍ବ ଉତ୍ତରପ୍ରଦେଶର ବଲ୍ଲିଆରେ ସ୍ଥିତି ଅତ୍ୟନ୍ତ ‌ଜଟିଳ ହୋଇଯାଇଛି। ବଲ୍ଲିଆରେ ଗ୍ରୀଷ୍ମଲହରୀ ପାଇଁ ପୁଣି ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ଗ୍ରୀଷ୍ମଲହରୀ ଜନିତ ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ଗତ ରବିବାର ଦିନ ବଲ୍ଲିଆ ଜିଲ୍ଲା ହସ୍ପିଟାଲରେ ୧୭୮ ଲୋକ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିଲା। ପ୍ରବଳ ଗରମ ଯୋଗୁଁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇତି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଗ୍ରୀଷ୍ମଲହରୀ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡା ଭିକେ ପୌଲ୍‌, ଆଇସିଏମ୍‌ଆର ଡିଜି ଡା ରାଜୀବ ବହଲ ଏବଂ ଆଇଏମ୍‌ଡି ବିଶେଷଜ୍ଞମାନେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକରେ ଯୋଗ ଦେବେ। ଗତ କିଛି ଦିନ ଧରି ଉତ୍ତରପ୍ରଦେଶ, ବିହାରରେ ଗ୍ରୀଷ୍ମଲହରୀ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। ଗ୍ରୀଷ୍ମଲହରୀ ସ୍ଥିତି ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ଏବଂ ଆବଶ୍ୟକୀୟ ନିର୍ଦ୍ଦେଶାବଳି ଜାରି କରିଥିଲେ।

Tags: