ଉତ୍ତରପ୍ରଦେଶରେ କାର୍ ଉପରକୁ ମାଡ଼ିଗଲା ସ୍କୁଲ୍ ବସ୍, ୬ ମୃତ
ଲକ୍ଷ୍ନୌ : ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ମଙ୍ଗଳବାର ସକାଳେ ଏକ ସ୍କୁଲ୍ ବସ୍ ଏକ ଏସ୍ୟୁଭି ଉପରକୁ ମାଡ଼ି ଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଜାଣିବାକୁ ମିଳିଛି ଯେ ବସ୍ଟି ୮ କିମି ପର୍ଯ୍ୟନ୍ତ ଭୁଲ୍ ପାର୍ଶ୍ବରେ ଯିବା ପରେ ଏହା ଏକ ଏସ୍ୟୁଭି ଉପରକୁ ମାଡ଼ି ଯାଇଥିଲା। ସିସିଟିଭି ଫୁଟେଜରେ ଦୁର୍ଘଟଣାର ଫଟୋ କ୍ୟାପଚର ହୋଇଛି। ଆଜି ସକାଳ ୬ଟାରେ ଗାଜିଆବାଦରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ […]
ଲକ୍ଷ୍ନୌ : ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ମଙ୍ଗଳବାର ସକାଳେ ଏକ ସ୍କୁଲ୍ ବସ୍ ଏକ ଏସ୍ୟୁଭି ଉପରକୁ ମାଡ଼ି ଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଜାଣିବାକୁ ମିଳିଛି ଯେ ବସ୍ଟି ୮ କିମି ପର୍ଯ୍ୟନ୍ତ ଭୁଲ୍ ପାର୍ଶ୍ବରେ ଯିବା ପରେ ଏହା ଏକ ଏସ୍ୟୁଭି ଉପରକୁ ମାଡ଼ି ଯାଇଥିଲା। ସିସିଟିଭି ଫୁଟେଜରେ ଦୁର୍ଘଟଣାର ଫଟୋ କ୍ୟାପଚର ହୋଇଛି। ଆଜି ସକାଳ ୬ଟାରେ ଗାଜିଆବାଦରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଗାଜିଆବାଦ ଅତିରିକ୍ତ ଡିସିପି (ଟ୍ରାଫିକ୍) ରମାନନ୍ଦ କୁସୱାହା କହିଛନ୍ତି, ବସ୍ଟି ଏକ ସିଏନ୍ଜି ପମ୍ପ୍ ନିକଟରେ ଅଟକିଥିଲା ଏବଂ ଏହାପରେ ବସ୍ଟି ଭୁଲ୍ ପାର୍ଶ୍ମରେ ୮ କିମି ପର୍ଯ୍ୟନ୍ତ ଚାଲିଥିଲା। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଗିରଫ ହୋଇଛନ୍ତି।




