ଉତ୍ତରପ୍ରଦେଶରେ ଏନଡିଏକୁ ଝଟକା ଦେଲା ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ଥିବା ମ୍ୟାଜିକ୍ ନମ୍ବର ହାସଲ କରିଥିଲେ ମଧ୍ୟ ବିଜେପିର ଗଡ଼ କୁହାଯାଉଥିବା ଉତ୍ତରପ୍ରଦେଶରେ ଦଳକୁ ଶକ୍ତ ଝଟ୍କା ଲାଗିଛି। ଓଡ଼ିଶା, ତେଲେଙ୍ଗାନାରେ ବିଜେପି ପାଇଁ ନିର୍ବାଚନ ଫଳ ଚମକପ୍ରଦ ହୋଇଥିଲେ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନ ଫଳ ବିଜେପି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଇଣ୍ଡି ମେଣ୍ଟ ଚିନ୍ତାରେ ପକାଇଛି। ଲୋକସଭାକୁ ସର୍ବାଧିକ ସାଂସଦ ପଠାଇଥାଏ ଉତ୍ତରପ୍ରଦେଶ। ଏଥିପାଇଁ ଅନେକ ସମୟରେ କୁହାଯାଏ […]

Samaya Live Picture
Published On

ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ସରକାର ଗଠନ ପାଇଁ ଆବଶ୍ୟକ ଥିବା ମ୍ୟାଜିକ୍ ନମ୍ବର ହାସଲ କରିଥିଲେ ମଧ୍ୟ ବିଜେପିର ଗଡ଼ କୁହାଯାଉଥିବା ଉତ୍ତରପ୍ରଦେଶରେ ଦଳକୁ ଶକ୍ତ ଝଟ୍କା ଲାଗିଛି। ଓଡ଼ିଶା, ତେଲେଙ୍ଗାନାରେ ବିଜେପି ପାଇଁ ନିର୍ବାଚନ ଫଳ ଚମକପ୍ରଦ ହୋଇଥିଲେ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନ ଫଳ ବିଜେପି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଇଣ୍ଡି ମେଣ୍ଟ ଚିନ୍ତାରେ ପକାଇଛି। ଲୋକସଭାକୁ ସର୍ବାଧିକ ସାଂସଦ ପଠାଇଥାଏ ଉତ୍ତରପ୍ରଦେଶ। ଏଥିପାଇଁ ଅନେକ ସମୟରେ କୁହାଯାଏ ଯେ ଉତ୍ତରପ୍ରଦେଶ ହିଁ ଦିଲ୍ଲୀକୁ ବାଟ କଢ଼ାଇନିଏ। ରାଜ୍ୟରେ ଇଣ୍ଡି ମେଣ୍ଟ ୪୭ ଆସନରେ ବିଜୟୀ ହୋଇଥିଲା ବେଳେ ଏନଡିଏ ୩୩ ଆସନରେ ବିଜୟୀ ହୋଇଛି। ମୁସଲିମ-ଯାଦବ ଏବଂ ଓବିସି ଭୋଟ୍ ବିଜେପି ପାଇଁ ମହଙ୍ଗା ପଡ଼ିଥିବା ଚର୍ଚ୍ଚା ହେଉଛି। ଏଥିସହିତ ବେକାରୀ ସମସ୍ୟା ଏବଂ ‘ଅଗ୍ନିବୀର’ ଯୋଜନା ପାଇଁ ଲୋକ ବିଜେପି ଉପରେ ଖପ୍ପା ହୋଇ ଇଣ୍ଡି ମେଣ୍ଟକୁ ଭୋଟ୍ ଦେଇଛନ୍ତି ବୋଲି କୁହାଯାଉଛି।

Tags: