ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ, ୧୭ ଆସନରେ ଲଢ଼ିବ କଂଗ୍ରେସ

ଲକ୍ଷ୍ନୌ : ‌ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ବିରୋଧୀ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। କଂଗ୍ରେସ ଉତ୍ତରପ୍ରଦେଶରେ ୧୭ ଲୋକସଭା ଆସନରେ ନିର୍ବାଚନ ଲଢ଼ିବ ଏବଂ ଅଖିଳେଶ ଯାଦବଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟି ଏବଂ ଅନ୍ୟ ମେଣ୍ଟ ସହଯୋଗୀ ଦଳ ୬୩ ଆସନ‌ରେ ଲଢ଼ିବେ। କଂଗ୍ରେସର ଉତ୍ତରପ୍ର‌ଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଏହା କହିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଅଖିଳେଶ […]

Samaya Live Picture
Published On

ଲକ୍ଷ୍ନୌ : ‌ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ବିରୋଧୀ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। କଂଗ୍ରେସ ଉତ୍ତରପ୍ରଦେଶରେ ୧୭ ଲୋକସଭା ଆସନରେ ନିର୍ବାଚନ ଲଢ଼ିବ ଏବଂ ଅଖିଳେଶ ଯାଦବଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟି ଏବଂ ଅନ୍ୟ ମେଣ୍ଟ ସହଯୋଗୀ ଦଳ ୬୩ ଆସନ‌ରେ ଲଢ଼ିବେ। କଂଗ୍ରେସର ଉତ୍ତରପ୍ର‌ଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଏହା କହିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଅଖିଳେଶ ଯାଦବଙ୍କ ସହ ଆସନ ବୁଝାମଣା ନେଇ ଆଲୋଚନା କରିବାପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ବୁଝାମଣା ଅନୁଯାୟୀ କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି, ଆମେଥି, କାନପୁର, ଫତେପୁର ସିକ୍ରି, ଶାହରନପୁର, ପ୍ରୟାଗରାଜ, ମହାରାଜଗଂଜ, ବାରଣସୀ, ଆମରୋହା ସମେତ ଅନ୍ୟାନ୍ୟ ଆସନରେ ନିର୍ବାଚନ ଲଢ଼ିବ। ପ୍ରିୟଙ୍କା ଗାନ୍ଧିଙ୍କ ସହ କଥା ହେବାପରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ ବୋଲି ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି।

Tags: