ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା
ଲକ୍ଷ୍ନୌ, : ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟକୁ ୨୦୨୪ରେ ସାମ୍ନା କରିବାପାଇଁ ବିରୋଧୀ ରାଜନୈତିକ ଦଳଗୁଡ଼ିକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣାକୁ ନେଇ ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପଞ୍ଜାବରେ ଆପ୍, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ବିହାରରେ ଜେଡିୟୁ କଂଗ୍ରେସର ହାତ ଛାଡ଼ି ଦେଇଥିଲେ ଏବଂ ଏହାକୁ ନେଇ ଇଣ୍ଡିଆ ମେଣ୍ଟ ଏକଯୁଟ ହୋଇପାରିବା ସମ୍ଭାବନା ଦୁର୍ବଳ ପଡ଼ିଯାଇଥିଲା। ଆଜି ଦେଶର ସର୍ବାଧିକ ଲୋକସଭା ଆସନ ଥିବା ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି […]
ଲକ୍ଷ୍ନୌ, : ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟକୁ ୨୦୨୪ରେ ସାମ୍ନା କରିବାପାଇଁ ବିରୋଧୀ ରାଜନୈତିକ ଦଳଗୁଡ଼ିକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣାକୁ ନେଇ ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପଞ୍ଜାବରେ ଆପ୍, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ବିହାରରେ ଜେଡିୟୁ କଂଗ୍ରେସର ହାତ ଛାଡ଼ି ଦେଇଥିଲେ ଏବଂ ଏହାକୁ ନେଇ ଇଣ୍ଡିଆ ମେଣ୍ଟ ଏକଯୁଟ ହୋଇପାରିବା ସମ୍ଭାବନା ଦୁର୍ବଳ ପଡ଼ିଯାଇଥିଲା। ଆଜି ଦେଶର ସର୍ବାଧିକ ଲୋକସଭା ଆସନ ଥିବା ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି କଂଷଗ୍ରେସ ସହ ଆସନ ବୁଝାମଣା କରିଛି। ଆଜି ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଏନେଇ ସୂଚନା ଦେଇ କହିଛନ୍ତି ଯେ ଉତ୍ତର ପ୍ରଦେଶର ୮୦ଟି ଆସନ ମଧ୍ୟରୁ ୧୧ଟି ଆସନରେ କଂଗ୍ରେସ, ୭ଟିରେ ରାଷ୍ଟ୍ରୀୟ ଲୋକ ଦଳ (ଆର୍ଏଲ୍ଡି) ଓ ୬୨ ଆସନରେ ସପା ଲଢ଼ିବ। ଏହି ଆସନଗୁଡ଼ିକରେ କଂଗ୍ରେସ, ଆର୍ଏଲ୍ଡି ଓ ସପା ମିଳିମିଶି କାମ କରିବେ। ତେବ ସମାଜବାଦୀ ପାର୍ଟିର ପ୍ରସ୍ତାବରେ କଂଗ୍ରେସ ରାଜି ନଥିବା ଜଣାପଡ଼ିଛି।




