ଉତ୍ତରପ୍ରଦେଶରେ ଆନ୍ଦୋଳନ ବେଳେ ନିଜ ଦେହରେ ନିଆଁ ଲଗାଇ ଦେଲେ ଚାଷୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମୁଜାଫରନଗର ଧାରଣା ସ୍ଥଳ ନିକଟରେ ଅଜି ଜଣେ କୃଷକ ନିଜ ଦେହରେ ନିଆଁ ଲଗାଇ ନିଜକୁ ଜାଳି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନ୍ୟ ଆନ୍ଦୋଳନକାରୀ ସମୟ ମଧ୍ୟରେ ତାଙ୍କ ଦେହରୁ ନିଆଁ ଲିଭାଇ ଦେବାରୁ ସେ ବଞ୍ଚି ଯାଇଛନ୍ତି। ତେବେ ତାଙ୍କ ମୁହଁ ସାମାନ୍ୟ ଜଳି ଯାଇଛି। ଆହତ ହୋଇଥିବା କୃଷକଙ୍କ ନାଁ ବ୍ରିଜପାଲ। ଆତ୍ମହତ୍ୟା ଉଦ୍ୟମ କରିଥିବା କୃଷକ ଋଣଜାଲରେ ବୁଡ଼ି ଯାଇଛନ୍ତି ବୋଲି ଜଣାପଡ଼ିଛି। ଭାରତୀୟ କିଷାନ ସଂଗଠନର […]

Samaya Live Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମୁଜାଫରନଗର ଧାରଣା ସ୍ଥଳ ନିକଟରେ ଅଜି ଜଣେ କୃଷକ ନିଜ ଦେହରେ ନିଆଁ ଲଗାଇ ନିଜକୁ ଜାଳି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନ୍ୟ ଆନ୍ଦୋଳନକାରୀ ସମୟ ମଧ୍ୟରେ ତାଙ୍କ ଦେହରୁ ନିଆଁ ଲିଭାଇ ଦେବାରୁ ସେ ବଞ୍ଚି ଯାଇଛନ୍ତି। ତେବେ ତାଙ୍କ ମୁହଁ ସାମାନ୍ୟ ଜଳି ଯାଇଛି। ଆହତ ହୋଇଥିବା କୃଷକଙ୍କ ନାଁ ବ୍ରିଜପାଲ। ଆତ୍ମହତ୍ୟା ଉଦ୍ୟମ କରିଥିବା କୃଷକ ଋଣଜାଲରେ ବୁଡ଼ି ଯାଇଛନ୍ତି ବୋଲି ଜଣାପଡ଼ିଛି। ଭାରତୀୟ କିଷାନ ସଂଗଠନର ଜିଲ୍ଳା ସଭାପତି ଯୋଗେଶ ଶର୍ମା କହିଛନ୍ତି, ବ୍ରିଜପାଲଙ୍କ ସମସ୍ୟାର କିଛି ସମାଧାନ କରାନଯିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବ୍ୟାଙ୍କରୁ କେବେ ବି ଋଣ ନକରି ମଧ୍ୟ ପଂଜାବ ନେସନାଲ ବ୍ୟାଙ୍କରୁ ତାଙ୍କୁ ବାରମ୍ବାର ନୋଟିସ ଆସିବା ଘଟଣାକୁ ନେଇ ସେ ଚିନ୍ତାରେ ଥିଲେ। ବ୍ରିଜପାଲ ହେଉଛନ୍ତି ମୁଜାଫରନଗର ଜିଲ୍ଲାର ଜିତପୁର ଘଡ଼ି ଗ୍ରାମ ବାସିନ୍ଦା। ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ଜିଲ୍ଲାର ଶତାଧିକ କୃଷକ ଆଜି ମୁଜାଫରନଗର ଜିଲ୍ଲାପାଳଙ୍କ ଅଫିସ ନିକଟରେ ଧାରଣା କରିଥିଲେ। ଏମଏସପି ସମେତ ଅନ୍ୟାନ୍ୟ ଦାବିରେ ସେମାନେ ଆନ୍ଦୋଳନ କରିଥିଲେ।

Tags: