ଉତ୍ତରକାଶୀ ସୁଡ଼ଙ୍ଗ ଭୁଶୁଡ଼ି ୪୦ ଫସିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି
ଡେରାଡୁନ୍: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ରବିବାର ଦିନ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଛି। ତେବେ ନିର୍ମାଣାଧୀନ ସୁଡ଼ଙ୍ଗ କାର୍ଯ୍ୟରେ ସାମିଲ ହୋଇଥିବା ପାଖାପାଖି ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଗତକାଲିଠାରୁ ଅପରେସନ୍ ଜାରି ରହିଛି। ତେବେ ଫସିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ବୋଲି ଅଧିକାରୀମାନ କହିଛନ୍ତି। ସେମାନଙ୍କ ନିକଟକୁ ଅକ୍ସିଜେନ୍ ପଠାଯାଇଛି। ଏଥିସହ ଖାଦ୍ୟ ଏବଂ ପାଣି ମଧ୍ୟ ଦିଆଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି ଏବଂ ଉଦ୍ଧାର […]
ଡେରାଡୁନ୍: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ରବିବାର ଦିନ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଛି। ତେବେ ନିର୍ମାଣାଧୀନ ସୁଡ଼ଙ୍ଗ କାର୍ଯ୍ୟରେ ସାମିଲ ହୋଇଥିବା ପାଖାପାଖି ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଗତକାଲିଠାରୁ ଅପରେସନ୍ ଜାରି ରହିଛି। ତେବେ ଫସିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ବୋଲି ଅଧିକାରୀମାନ କହିଛନ୍ତି। ସେମାନଙ୍କ ନିକଟକୁ ଅକ୍ସିଜେନ୍ ପଠାଯାଇଛି। ଏଥିସହ ଖାଦ୍ୟ ଏବଂ ପାଣି ମଧ୍ୟ ଦିଆଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ ରଖୁଛନ୍ତି। ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଥିବା ସିଲକ୍ୟାରା ଏବଂ ଦନ୍ଦଲଗାଓଁ ମଧ୍ୟରେ ଥିବା ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୪୦ ଜଣ ଶ୍ରମିକ ଫସିଛନ୍ତି। ଖବର ପାଇ ପୁଲିସ, ଏନଡିଆରଏଫ୍, ଏସଡିଆରଏଫ୍ ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ ରବିବାର ଦିନ କଥା ହୋଇ ଉଦ୍ଧାର ଅପରେସନ୍ ସଂକ୍ରାନ୍ତରେ ପଚାରି ବୁଝିଥିଲେ।




