ଉତ୍ତରକାଶୀ ଟନେଲରୁ ଆସିଲା ଶ୍ରମିକଙ୍କ ପ୍ରଥମ ଫଟୋ ଏବଂ ଭିଡିଓ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକମାନଙ୍କ ପ୍ରଥମ ଫଟୋ ଏବଂ ଭିଡିଓ ଜାରି ହୋଇଛି। ଉଦ୍ଧାରକାରୀ ଦଳ ସୋମବାର ଦିନ ଭୁଶୁଡ଼ି ପଡ଼ିଥିବା ଟନେଲର ଭଗ୍ନାବଶେଷ ଦ୍ବାରା ଏକ ୬ ଇଞ୍ଚ୍ ଚଉଡ଼ାର ପାଇପଲାଇନ୍ ଯୋଗେ ଶ୍ରମିକମାନଙ୍କ ନିକଟକୁ ଖାଦ୍ୟ ପଠାଇଛନ୍ତି ଏବଂ ସମସ୍ତ ଶ୍ରମିକଙ୍କର ଲାଇଭ୍ ଭିଜୁଆଲ୍ ଦେଖିବା ସମ୍ଭବ ହୋଇପାରିଛି। ୬ ଇଞ୍ଚ୍ର ଫୁଡ୍ ପାଇପଲାଇନ ଯୋଗେ ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ବ୍ୟବହାର କରି ଏହି ଶ୍ରମିକମାନଙ୍କର ଫଟୋ ନିଆଯାଇଛି। ଫସିଥିବା […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକମାନଙ୍କ ପ୍ରଥମ ଫଟୋ ଏବଂ ଭିଡିଓ ଜାରି ହୋଇଛି। ଉଦ୍ଧାରକାରୀ ଦଳ ସୋମବାର ଦିନ ଭୁଶୁଡ଼ି ପଡ଼ିଥିବା ଟନେଲର ଭଗ୍ନାବଶେଷ ଦ୍ବାରା ଏକ ୬ ଇଞ୍ଚ୍ ଚଉଡ଼ାର ପାଇପଲାଇନ୍ ଯୋଗେ ଶ୍ରମିକମାନଙ୍କ ନିକଟକୁ ଖାଦ୍ୟ ପଠାଇଛନ୍ତି ଏବଂ ସମସ୍ତ ଶ୍ରମିକଙ୍କର ଲାଇଭ୍ ଭିଜୁଆଲ୍ ଦେଖିବା ସମ୍ଭବ ହୋଇପାରିଛି। ୬ ଇଞ୍ଚ୍ର ଫୁଡ୍ ପାଇପଲାଇନ ଯୋଗେ ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ବ୍ୟବହାର କରି ଏହି ଶ୍ରମିକମାନଙ୍କର ଫଟୋ ନିଆଯାଇଛି। ଫସିଥିବା ଶ୍ରମିକଙ୍କ ସଂଖ୍ୟା ଗଣିବାପାଇଁ ଏବଂ ସୁଡ଼ଙ୍ଗର ଆଭ୍ୟନ୍ତରୀଣ ଭୂଗୋଳ ବୁଝିବାପାଇଁ କ୍ୟାମେରା ବ୍ୟବହାର କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଶ୍ରମିକମାନେ ହଳଦିଆ ଏବଂ ଧଳା ରଙ୍ଗର ହେଲମେଟ୍ ପିନ୍ଧିଛନ୍ତି। ପାଇପଲାଇନ୍ ଯୋଗେ ସେମାନଙ୍କ ନିକଟକୁ ପଠାଯାଇଥିବା ଖାଦ୍ୟ ସେମାନେ ଗ୍ରହଣ କରିବା ସର ପରସ୍ପର ସହ କଥା ହେଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି। ଟନେଲ ମଧ୍ୟରୁ ଫଟୋ ଏବଂ ଭିଡିଓ ଆସିବାପରେ ଫସିଥିବା ଶ୍ରମିକଙ୍କ ପରିବାର ସଦସ୍ୟ ଆଶ୍ବସ୍ତ ଅନୁଭବ କରିଛନ୍ତି। ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି।

Tags: