ଉତ୍ତରକାଶୀ ଉଦ୍ଧାର ଅପରେସନ୍, ୫ ମିଟର ଦୂରରେ ଶ୍ରମିକ
ନୂ୍ଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କ୍ୟାରା ସୁଡ଼ଙ୍ଗରେ ଉଦ୍ଧାର ଅପରେସନ୍ ଜାରି ରହିଛି। ରୢାଟ୍ ହୋଲ୍ ମାଇନିଂ ଏକ୍ସପର୍ଟ ସୁଡ଼ଙ୍ଗରେ ମାନୁଆଲ ଡ୍ରିଲିଂ ଚଲାଇଛନ୍ତି। ୫୧.୫ ମିଟର ମାନୁଆଲ ଡ୍ରିଲିଂ ଶେଷ ହୋଇଛି। ଶ୍ରମିକମାନଙ୍କ ପାଖରେ ପହଞ୍ଚିବାପାଇଁ ଆଉ ମାତ୍ର ୫ ମିଟର ବାକି ଅଛି। ଉକ୍ତ ମାଇନିଂ ଏକ୍ସପର୍ଟମାନେ ସୁଡ଼ଙ୍ଗ ଭିତରେ ପଶି ଶ୍ରମିକଙ୍କୁ ଉଦ୍ଧାର କରିବେ। ସେମାନେ ବିଭିନ୍ନ ଟିମ୍ରେ ବିଭକ୍ତ ହୋଇଛନ୍ତି। ଅନ୍ୟପକ୍ଷେ ଭର୍ଟିକାଲ ଡ୍ରିଲିଂ ମଧ୍ୟ ଜାରି ରହିଛି। ୮୬ ମିଟରରୁ […]
ନୂ୍ଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କ୍ୟାରା ସୁଡ଼ଙ୍ଗରେ ଉଦ୍ଧାର ଅପରେସନ୍ ଜାରି ରହିଛି। ରୢାଟ୍ ହୋଲ୍ ମାଇନିଂ ଏକ୍ସପର୍ଟ ସୁଡ଼ଙ୍ଗରେ ମାନୁଆଲ ଡ୍ରିଲିଂ ଚଲାଇଛନ୍ତି। ୫୧.୫ ମିଟର ମାନୁଆଲ ଡ୍ରିଲିଂ ଶେଷ ହୋଇଛି। ଶ୍ରମିକମାନଙ୍କ ପାଖରେ ପହଞ୍ଚିବାପାଇଁ ଆଉ ମାତ୍ର ୫ ମିଟର ବାକି ଅଛି। ଉକ୍ତ ମାଇନିଂ ଏକ୍ସପର୍ଟମାନେ ସୁଡ଼ଙ୍ଗ ଭିତରେ ପଶି ଶ୍ରମିକଙ୍କୁ ଉଦ୍ଧାର କରିବେ। ସେମାନେ ବିଭିନ୍ନ ଟିମ୍ରେ ବିଭକ୍ତ ହୋଇଛନ୍ତି। ଅନ୍ୟପକ୍ଷେ ଭର୍ଟିକାଲ ଡ୍ରିଲିଂ ମଧ୍ୟ ଜାରି ରହିଛି। ୮୬ ମିଟରରୁ ୪୨ ମିଟର ଭର୍ଟିକାଲ ଡ୍ରିଲିଂ ହୋଇଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ସକାଳେ ଟନେଲ୍ ନିକଟରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର ଅପରେସନ ତଦାରଖ କରୁଛନ୍ତି। ୫୨ ମିଟର ପର୍ଯ୍ୟନ୍ତ ଡ୍ରିଲିଂ ଶେଷ ହୋଇଛି। ପ୍ରାୟ ୫୭ ମିଟର ପରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିପାରେ। ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, ସମସ୍ତ ଇଞ୍ଜିନିୟର, ଏକ୍ସପର୍ଟ ଏବଂ ଅନ୍ୟମାନେ ସେମାନଙ୍କ ପୂର୍ଣ୍ଣ ଶକ୍ତି ଲଗାଇ କାମ କରୁଛନ୍ତି। ଏଯାବତ ୫୨ ମିଟର ପର୍ଯ୍ୟନ୍ତ ପାଇପ୍ ଖଞ୍ଜାଯାଇଛି। ଖୁବ୍ଶୀଘ୍ର ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ସେ ଆଶା ପୋଷଣ କରିଛନ୍ତି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର, ଗୃହ ସଚିବ ଅଜୟ ଭଲ୍ଲା ଏବଂ ଉତ୍ତରାଖଣ୍ଡ ମୁଖ୍ୟ ସଚିବ ଏଏସ୍ ସନ୍ଧୁ ସିଲ୍କ୍ୟାରାରେ ପହଞ୍ଚି ଉଦ୍ଧାର ଅପରେସନ୍ ଯାଞ୍ଚ କରିଛନ୍ତି। ମିଶ୍ର ଫସିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ ଧୈର୍ଯ୍ୟ ରଖିବାପାଇଁ କହିଛନ୍ତି।




