ଉତ୍ତରକାଶୀ ଉଦ୍ଧାର ଅପରେସନରେ ବାରମ୍ବାର ବାଧା, ବିଳମ୍ବିତ ରାତିରେ ବନ୍ଦ ରହିଲା ଡ୍ରିଲିଂ କାର୍ଯ୍ୟ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଉତ୍ତରକାଶୀ ଉଦ୍ଧାର ଅପରେସନ୍ରେ ବାରମ୍ବାର ବାଧା ଉପୁଜିଛି। ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଅପରେସନ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଶେଷ ପର୍ଯ୍ୟାୟରେ ବାରମ୍ବାର ଝୁ୍ଣ୍ଟିବାକୁ ପଡ଼ୁଛି। ଆମେରିକୀୟ ଅଗର ମେସିନ୍ ଦ୍ବାରା ସିଲ୍କୟାଡ଼ା ଟନେଲ୍ରେ ଯେଉଁ ଡ୍ରିଲିଂ କାର୍ଯ୍ୟ କରାଯାଉଛି ଗତକାଲି ବିଳମ୍ବିତ ରାତିରେ ତାହା ବନ୍ଦ ରହିଛି। ଗତକାଲି ବିଳମ୍ବିତ ରାତିରେ ଅଗର ମେସିନ୍ରେ ତ୍ରୁଟି ଯୋଗୁଁ ଡ୍ରିଲିଂ କାର୍ଯ୍ୟ ବନ୍ଦ ରହିଛି। ଏଯାବତ ଉଦ୍ଧାରକାରୀ ଦଳ ୪୮ ମିଟର ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଉତ୍ତରକାଶୀ ଉଦ୍ଧାର ଅପରେସନ୍ରେ ବାରମ୍ବାର ବାଧା ଉପୁଜିଛି। ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଅପରେସନ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଶେଷ ପର୍ଯ୍ୟାୟରେ ବାରମ୍ବାର ଝୁ୍ଣ୍ଟିବାକୁ ପଡ଼ୁଛି। ଆମେରିକୀୟ ଅଗର ମେସିନ୍ ଦ୍ବାରା ସିଲ୍କୟାଡ଼ା ଟନେଲ୍ରେ ଯେଉଁ ଡ୍ରିଲିଂ କାର୍ଯ୍ୟ କରାଯାଉଛି ଗତକାଲି ବିଳମ୍ବିତ ରାତିରେ ତାହା ବନ୍ଦ ରହିଛି। ଗତକାଲି ବିଳମ୍ବିତ ରାତିରେ ଅଗର ମେସିନ୍ରେ ତ୍ରୁଟି ଯୋଗୁଁ ଡ୍ରିଲିଂ କାର୍ଯ୍ୟ ବନ୍ଦ ରହିଛି। ଏଯାବତ ଉଦ୍ଧାରକାରୀ ଦଳ ୪୮ ମିଟର ପର୍ଯ୍ୟନ୍ତ ଡ୍ରିଲ କଲେଣି। ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାପାଇଁ ଆହୁରି ୧୦ ମିଟର ବାକି ଅଛି। ପରବର୍ତ୍ତୀ ୫ ମିଟର ଅତିକ୍ରମ କରିବା ଚ୍ୟାଲେଞ୍ଜିଂ। କିନ୍ତୁ ଏହି ୫ ମିଟର ଅତିକ୍ରମ କରିଯିବାପରେ ଆଉ କୌଣସି ବାଧା ରହିବନି ବୋଲି କୁହାଯାଉଛି। ଶ୍ରମିକଙ୍କୁ ବାହାର କରିବାପାଇଁ ଷ୍ଟ୍ରେଚର ବ୍ୟବହାର କରାଯିବ। ସେମାନଙ୍କୁ ଷ୍ଟ୍ରେଚରରେ ଶୁ୍ଆଇ ଏନ୍ଡିଆରଏଫ୍ କର୍ମୀମାନେ ଦଉଡ଼ି ସାହାର୍ଯ୍ୟରେ ଷ୍ଟ୍ରେଚରକୁ ଟାଣି ସେମାନଙ୍କୁ ବାହାରକୁ ଆଣିବେ। ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଖାଦ୍ୟ ଏବଂ ପାଣି ଯୋଗାଯାଉଛି।




