ଉତ୍ତରକାଶୀ ଉଦ୍ଧାର ଅପରେସନରେ ବଡ଼ ବାଧା, ଆରମ୍ଭ ହେବ ଭର୍ଟିକାଲ ଡ୍ରିଲିଂ
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଜାରି ରହିଥିବା ଅପରେସନ୍ ଶେଷ ପର୍ଯ୍ୟାୟରେ ବଡ଼ ଧରଣର ପ୍ରତିବନ୍ଧକ ସାମ୍ନା କରିଛି। ଆମେରିକୀୟ ଅଗର ଡ୍ରିଲିଂ ମେସିନ୍ ଶୁକ୍ରବାର ସନ୍ଧ୍ୟାରେ ଏକ ମେଟାଲ୍ରେ ପିଟିହେବା ଫଳରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହାଫଳରେ ଡ୍ରିଲିଂ କାର୍ଯ୍ୟ ବନ୍ଦ ରହିଛି। ଗତକାଲି ସନ୍ଧ୍ୟା ପରଠାରୁ ଡ୍ରିଲିଂ ଅପରେସନ୍ ବନ୍ଦ ରହିଛି। ଅଧିକାରୀମାନେ ଭର୍ଟିକାଲ ଡ୍ରିଲିଂ ପାଇଁ ଚିନ୍ତା କରୁଛନ୍ତି। ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଖୁବ୍ଶୀଘ୍ର […]
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଜାରି ରହିଥିବା ଅପରେସନ୍ ଶେଷ ପର୍ଯ୍ୟାୟରେ ବଡ଼ ଧରଣର ପ୍ରତିବନ୍ଧକ ସାମ୍ନା କରିଛି। ଆମେରିକୀୟ ଅଗର ଡ୍ରିଲିଂ ମେସିନ୍ ଶୁକ୍ରବାର ସନ୍ଧ୍ୟାରେ ଏକ ମେଟାଲ୍ରେ ପିଟିହେବା ଫଳରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହାଫଳରେ ଡ୍ରିଲିଂ କାର୍ଯ୍ୟ ବନ୍ଦ ରହିଛି। ଗତକାଲି ସନ୍ଧ୍ୟା ପରଠାରୁ ଡ୍ରିଲିଂ ଅପରେସନ୍ ବନ୍ଦ ରହିଛି। ଅଧିକାରୀମାନେ ଭର୍ଟିକାଲ ଡ୍ରିଲିଂ ପାଇଁ ଚିନ୍ତା କରୁଛନ୍ତି। ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଖୁବ୍ଶୀଘ୍ର ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହେବ। ଉଦ୍ଧାର ଅପରେସନରେ ସାମିଲ ଥିବା ସରକାରୀ ସଂସ୍ଥା ଗୁଡ଼ିକ ଭର୍ଟିକାଲ ଡ୍ରିଲିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭର୍ଟିକାଲ ଡ୍ରିଲିଂ ମେସିନ୍ ମଧ୍ୟ ମୁତୟନ ହୋଇସାରିଛି। ବିଆର୍ଓ (ବର୍ଡର ରୋଡ୍ସ ଅର୍ଗାନାଇଜେସନ୍) ଭର୍ଟିକାଲ ଡ୍ରିଲିଂ ସାଇଟ୍ରେ ପହଞ୍ଚିବାପାଇଁ ରାସ୍ତା ପ୍ରସ୍ତୁତ କରିସାରିଛି। ମହିଳାଙ୍କ ସମେତ ପ୍ରାୟ ୨୦ ଜଣ ଶ୍ରମିକ ପାହାଡ଼ ଉପରେ ଭର୍ଟିକାଲ ଡ୍ରିଲିଂ ପାଇଁ ପହଞ୍ଚିସାରିଛନ୍ତି। ଅଧିକାରୀମାନେ ବିଶ୍ବାସ କରୁଛନ୍ତି ଯେ ଉଦ୍ଧାର ଅପରେସନ ପାଇଁ ଆମେରିକୀୟ ଅଗର୍ ମେସିନର ବ୍ୟବହାର ଅତ୍ୟନ୍ତ ଜଟିଳ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ଉଦ୍ଧାର ଅପରେସନ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକାଠି କାମ କରୁଛନ୍ତି ବୋଲି ଧାମୀ ପ୍ରତିଶ୍ରୁତି ଦେଇଛନ୍ତି।




