ଉତ୍କ୍ଷେପଣ ହେଲା ଚନ୍ଦ୍ରଯାନ-୩ , ଅଗଷ୍ଟ ଶେଷ ବେଳକୁ ଚନ୍ଦ୍ରପୃଷ୍ଠରେ ଅବତରଣ
ନୂଆଦିଲ୍ଳୀ: ଭାରତ ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଚନ୍ଦ୍ରଯାନ-୩ର ଉତକ୍ଷେଣ ହୋଇଛି । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ଏହା ପ୍ରେରଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହି ଉତ୍କ୍ଷେପଣ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କରିଛି। ଏକ ସଫଳ ମିସନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିସନ୍ ପ୍ରସ୍ତୁତି ସମୀକ୍ଷା କମିଟି ଉତ୍କ୍ଷେପଣ ପାଇଁ […]
ନୂଆଦିଲ୍ଳୀ: ଭାରତ ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଚନ୍ଦ୍ରଯାନ-୩ର ଉତକ୍ଷେଣ ହୋଇଛି । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ଏହା ପ୍ରେରଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହି ଉତ୍କ୍ଷେପଣ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କରିଛି। ଏକ ସଫଳ ମିସନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିସନ୍ ପ୍ରସ୍ତୁତି ସମୀକ୍ଷା କମିଟି ଉତ୍କ୍ଷେପଣ ପାଇଁ ମଂଜୁରି ଦେଇଥିଲା। କମିଟିର ଅନୁମୋଦନ ପରେ ଲଞ୍ଚ୍ ପ୍ରାଧିକରଣ ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିସନ ଆରମ୍ଭ କରିବାକୁ ଅନୁମତି ଦେଇଥିଲା। ୪୩.୫ ମିଟର ଏଲ୍ଭିଏମ୍-୩ ଲଞ୍ଚ ରକେଟ୍ ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧବୃତ୍ତାକାର ପୃଥିବୀ କକ୍ଷପଥକୁ ପଠାଇବା ପରେ ଚନ୍ଦ୍ରଯାନ ତା’ର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି। ୪୫ ଦିନ ପରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସୁକ୍ଷ୍ମ ଅବତରଣ କରିବ। ଆଜି ଶ୍ରୀହରିକୋଟାରେ ପ୍ରାୟ ୧୦ ହଜାର ଲୋକ ରୁଣ୍ଡ ହୋଇ ଚନ୍ଦ୍ରଯାନ -୩ ଉତକ୍ଷେପଣ ଦେଖିଥିଲେ।
ଏଲ୍ଭିଏମ୍-୩ ହେଉଛି ଏକ ହେଭି-ଲିଫ୍ଟ ଲଞ୍ଚ ଭେଇକ୍ଲ। ଏହା ମହାକାଶକୁ ଉଲ୍ଲେଖନୀୟ ପେଲୋଡ୍ ପଠାଇବାର କ୍ଷମତା ରଖିଛି। ଏହା ଇସ୍ରୋ ଦ୍ବାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଏବଂ ଏହି ଶ୍ରେଣୀର ରକେଟ୍ ଭିତରେ ଏହା ଅଦ୍ବିତୀୟ। ଉଲ୍ଲେଖଯୋଗ୍ୟ ଯେ ଇସ୍ରୋର ପୂର୍ବ ମିସନ ଚନ୍ଦ୍ରଯାନ-୨ ୨୦୨୦ରେ ସଫଳତାର ସହ ଏକ ଅର୍ବିଟରକୁ ନିୟୋଜିତ କରିଥିଲା। ତେବେ ଦୁର୍ଭାଗ୍ୟବଶତଃ ଚନ୍ଦ୍ରଯାନ-୩ ପାଇଁ ଉଦ୍ଦିଷ୍ଟ ଅବତରଣ ସ୍ଥଳ ନିକଟରେ ଏକ ଦୁର୍ଘଟଣାରେ ଏହାର ଲ୍ୟାଣ୍ଡର ଓ ରୋଭର ନଷ୍ଟ ହୋଇଯାଇଥିଲା। ଆଜିପର୍ଯ୍ୟନ୍ତ କେବଳ ସୋଭିଏତ୍ ଦେଶ, ଆମେରିକା ଓ ଚୀନ୍ ଚନ୍ଦ୍ରରେ ସଫଳ ଅବତରଣ କରିଛନ୍ତି। ଚନ୍ଦ୍ରଯାନ-୩ର ସଫଳତା ପରେ ଏହି ତାଲିକାରେ ଭାରତ ଯୋଡ଼ି ହେବ।




