ଉଚ୍ଚ ତାପମାତ୍ରା ଯୋଗୁଁ ୧୦ଟି ସହରରେ ଦେଢ଼ ଗୁଣା ଅଧିକ ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ: ଭାରତରେ ଅଧିକ ତାପମାତ୍ରା ସହିତ ଗୁରୁତର ବାୟୁ ପ୍ରଦୂଷଣ ଯୋଗୁଁ ୧୦ଟି ସହରରେ ଦେଢ଼ଗୁଣ ଅଧିକ ମୃତ୍ୟୁ ଘଟିଥିବା ଏକ ଗବେଷଣାରୁ ଜଣାପଡ଼ିଛି। ନୂଆଦିଲ୍ଲୀର ସେଣ୍ଟର ଫର୍ କ୍ରନିକ୍ ଡିଜିଜ୍ କଣ୍ଟ୍ରୋଲ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ), ବାରାଣସୀର ବୈଜ୍ଞାନିକଙ୍କ ଏକ ବିଶ୍ୱ ସ୍ତରୀୟ ଦଳ ଦ୍ୱାରା କରାଯାଇଥିବା ସଦ୍ୟତମ ଅଧ୍ୟୟନରେ ୨୦୦୮ରୁ ୨୦୧୯ ମଧ୍ୟରେ ଦିଲ୍ଲୀ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ପୁଣେ, ଶିମଲା ଓ ବାରଣାସୀ ସମେତ ୧୦ଟି […]

ଉଚ୍ଚ ତାପମାତ୍ରା ଯୋଗୁଁ ୧୦ଟି ସହରରେ ଦେଢ଼ ଗୁଣା ଅଧିକ ମୃତ୍ୟୁ ହୋଇଛି
Samaya Live Picture
Published On

ନୂଆଦିଲ୍ଲୀ: ଭାରତରେ ଅଧିକ ତାପମାତ୍ରା ସହିତ ଗୁରୁତର ବାୟୁ ପ୍ରଦୂଷଣ ଯୋଗୁଁ ୧୦ଟି ସହରରେ ଦେଢ଼ଗୁଣ ଅଧିକ ମୃତ୍ୟୁ ଘଟିଥିବା ଏକ ଗବେଷଣାରୁ ଜଣାପଡ଼ିଛି। ନୂଆଦିଲ୍ଲୀର ସେଣ୍ଟର ଫର୍ କ୍ରନିକ୍ ଡିଜିଜ୍ କଣ୍ଟ୍ରୋଲ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ), ବାରାଣସୀର ବୈଜ୍ଞାନିକଙ୍କ ଏକ ବିଶ୍ୱ ସ୍ତରୀୟ ଦଳ ଦ୍ୱାରା କରାଯାଇଥିବା ସଦ୍ୟତମ ଅଧ୍ୟୟନରେ ୨୦୦୮ରୁ ୨୦୧୯ ମଧ୍ୟରେ ଦିଲ୍ଲୀ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ, ପୁଣେ, ଶିମଲା ଓ ବାରଣାସୀ ସମେତ ୧୦ଟି ସହରର ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା। ଏହି ସହରଗୁଡ଼ିକରେ ହୋଇଥିବା ୩.୬ ନିୟୁତ ମୃତ୍ୟୁ ମଧ୍ୟରୁ ଅଧିକାଂଶ ବାୟୁ ପ୍ରଦୂଷଣ ଓ ଉଚ୍ଚ ତାପମାତ୍ରା ସହ ଜଡ଼ିତ। ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସହରମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ତାପମାତ୍ରାରେ ପିଏମ୍ ୨.୫ ସ୍ତରରେ ବୃଦ୍ଧି ସହ ଉତ୍ତାପ ଜନିତ ମୃତ୍ୟୁହାର ୦.୮ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ଦୈନିକ ମୃତ୍ୟୁହାର ଉପରେ ପିଏମ୍ ୨.୫ର ସଂଯୋଗ ବୃଦ୍ଧି ପାଇଛି, ବିଶେଷକରି ଅତ୍ୟଧିକ ତାପମାତ୍ରାରେ ମୃତ୍ୟୁ ହାର ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି। ଅହମଦାବାଦ, ଚେନ୍ନାଇ, ଦିଲ୍ଲୀ ଓ କୋଲକାତାରେ ଏଭଳି ଧାରା ବିଶେଷ ଭାବରେ ଦେଖିବାକୁ ମିଳିଥିଲା ବୋଲି ବିଏଚ୍‌ୟୁର ସହ-ଲେଖକ ତୀର୍ଥଙ୍କର ବାନାର୍ଜୀ କହିଛନ୍ତି। ଗବେଷକମାନେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଭଲ ଦୃଶ୍ୟମାନତା ହେତୁ ଗ୍ରୀଷ୍ମ ଋତୁରେ ବାୟୁ ପ୍ରଦୂଷଣର ପ୍ରଭାବ ସାଧାରଣତଃ କମ୍ ରହିଥାଏ, କିନ୍ତୁ ପ୍ରଦୂଷଣ ଜାରି ରହିଥାଏ। ଦିଲ୍ଲୀ ଭଳି ସହରରେ ଗ୍ରୀଷ୍ମ ଋତୁରେ ମଧ୍ୟ ପିଏମ୍ ୨.୫ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷିତ ସୀମାଠାରୁ ଅଧିକ।

Tags: