ଉଇଘୁର ଗଣହତ୍ୟାର ‌ଷୋଡ଼ଶ ବାର୍ଷିକୀ ପାଳନ ବେଳେ ହ୍ବାଇଟ୍‌ ହାଉସ୍‌ ସମ୍ମୁଖରେ ଚୀନ୍‌ ବିରୋଧରେ ପ୍ରତିବାଦ

ୱାସିଂଟନ୍‌ ଡିସି: ଉରୁମଚି ଗଣହତ୍ୟାର ଷୋଡ଼ଶ ବାର୍ଷିକୀରେ ଶତାଧିକ ଉଇଘୁର, ପୂର୍ବ ତୁର୍କିସ୍ତାନ ବାସିନ୍ଦା ଓ ଆମେରିକୀୟ ଏକତ୍ରିତ ହୋଇ ଉଇଘୁର ମୁସଲମାନଙ୍କ ଉପରେ ଚୀନର ଅତ୍ୟାଚାରର ବିରୋଧ ପ୍ରଦର୍ଶନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ ସମ୍ମୁଖରେ ପୂର୍ବ ତୁର୍କିସ୍ତାନର ନିର୍ବାସନ ସରକାର ଏବଂ ଇଷ୍ଟ ତୁର୍କିସ୍ତାନ ନ୍ୟାସନାଲ୍‌ ମୁଭ୍‌ମେଣ୍ଟ୍‌ (ଇଟିଏନ୍‌ଏମ୍‌) ବ୍ୟାନରେ ଶତାଧିକ ଏକତ୍ରିତ ହୋଇ ପୂର୍ବ ତୁର୍କିସ୍ତାନରେ ଚାଲିଥିବା ଚୀନର ଦମନଲୀଳା ଓ ମାନବିକ ଅଧିକାର ଉଲ୍ଲଂଘନର ପ୍ରତିବାଦ କରିଥିଲେ। ବିକ୍ଷୋଭ […]

ଉଇଘୁର ଗଣହତ୍ୟାର ‌ଷୋଡ଼ଶ ବାର୍ଷିକୀ ପାଳନ ବେଳେ ହ୍ବାଇଟ୍‌ ହାଉସ୍‌ ସମ୍ମୁଖରେ ଚୀନ୍‌ ବିରୋଧରେ ପ୍ରତିବାଦ
Samaya Live Picture
Published On

ୱାସିଂଟନ୍‌ ଡିସି: ଉରୁମଚି ଗଣହତ୍ୟାର ଷୋଡ଼ଶ ବାର୍ଷିକୀରେ ଶତାଧିକ ଉଇଘୁର, ପୂର୍ବ ତୁର୍କିସ୍ତାନ ବାସିନ୍ଦା ଓ ଆମେରିକୀୟ ଏକତ୍ରିତ ହୋଇ ଉଇଘୁର ମୁସଲମାନଙ୍କ ଉପରେ ଚୀନର ଅତ୍ୟାଚାରର ବିରୋଧ ପ୍ରଦର୍ଶନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ ସମ୍ମୁଖରେ ପୂର୍ବ ତୁର୍କିସ୍ତାନର ନିର୍ବାସନ ସରକାର ଏବଂ ଇଷ୍ଟ ତୁର୍କିସ୍ତାନ ନ୍ୟାସନାଲ୍‌ ମୁଭ୍‌ମେଣ୍ଟ୍‌ (ଇଟିଏନ୍‌ଏମ୍‌) ବ୍ୟାନରେ ଶତାଧିକ ଏକତ୍ରିତ ହୋଇ ପୂର୍ବ ତୁର୍କିସ୍ତାନରେ ଚାଲିଥିବା ଚୀନର ଦମନଲୀଳା ଓ ମାନବିକ ଅଧିକାର ଉଲ୍ଲଂଘନର ପ୍ରତିବାଦ କରିଥିଲେ। ବିକ୍ଷୋଭ ସମ୍ପର୍କରେ ପୂର୍ବ ତୁର୍କିସ୍ତାନର ନିର୍ବାସନ ସରକାରର ବିଦେଶ ଓ ସୁରକ୍ଷା ମନ୍ତ୍ରୀ ସାଲି ହୁଦାୟାର ୨୦୦୯ ଗଣହତ୍ୟାକୁ ନିନ୍ଦା କରିଥିଲେ। ଚୀନକୁ ‘ଆଧୁନିକ ସମୟର ଯୋଜନାବଦ୍ଧ ଗଣସଂହାରର ଅଗ୍ରଦୂତ’ ବୋଲି ଅଭିହିତ କରିଥିଲେ। ସେ କହିଛନ୍ତି, ଉଇଘୁର ଗଣସଂହାର ଇତିହାସ ନୁହେଁ, ଏହା ବର୍ତ୍ତମାନ ମଧ୍ୟ ଏକ ଭୟଙ୍କର ସ୍ବପ୍ନ ଅଟେ। ପ୍ରତିବର୍ଷ ୨୫ ହଜାରରୁ ୫୦ହଜାର ଉଇଘୁର ଯୁବକଙ୍କୁ ହତ୍ୟା କରାଯାଇ ସେମାନଙ୍କ ଅଙ୍ଗର ଚୋରାଚାଲାଣ କରାଯାଉଛି। ଲାଭ ପାଇଁ ଏହା ସରକାରୀ ପ୍ରାୟୋଜିତ ଶିଳ୍ପାୟନ ହତ୍ୟା। ଚୀନର ଏଭଳି ନୃଶଂସତା ବିରୋଧରେ ମୁକ୍ତ ବିଶ୍ବ ଲଢ଼ିବାକୁ ପ୍ରସ୍ତୁତ ହେବା ଉଚିତ ବୋଲି ମତ ଦେଇ ନିକଟରେ ଚୀନରେ ଆମେରିକୀୟ ରାଷ୍ଟ୍ରଦୂତ ନିକୋଲାସ୍‌ ବର୍ନସ୍‌ ଓ ଚୀନ ଅଧିକାରୀଙ୍କ ସାକ୍ଷାତ ଆଲୋଚନାକୁ ସମାଲୋଚନା କରିଛନ୍ତି। ଏଭଳି ସାକ୍ଷାତ ‘ଗଣସଂହାର’କୁ ପ୍ରୋତ୍ସାହିତ କରୁଛି ବୋଲି ସାଲି ହୁଦାୟାର କହିଛନ୍ତି।

Tags: