ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କ୍ୟାନସର ସହ ଲଢ଼ୁଛନ୍ତି। ଯେଉଁଦିନ ଭାରତର ଆଦିତ୍ୟ-ଏଲ୍୧ ମିସନ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା ସେହିଦିନ ହିଁ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତ୍କାରରେ ସୋମନାଥ କହିଛନ୍ତି , ଚନ୍ଦ୍ରଯାନ-୩ ମିସନ ଉତ୍କ୍ଷେପଣ ସମୟରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ତେବେ ସେତେବେଳେ ସେ ଏହାର କାରଣ ଜାଣିପାରି ନଥିଲେ। ଆଦିତ୍ୟ-ଏଲ୧ ମିସନ ଆରମ୍ଭ ହେବା ଦିନ […]

Samaya Live Picture
Published On

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ କ୍ୟାନସର ସହ ଲଢ଼ୁଛନ୍ତି। ଯେଉଁଦିନ ଭାରତର ଆଦିତ୍ୟ-ଏଲ୍୧ ମିସନ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା ସେହିଦିନ ହିଁ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତ୍କାରରେ ସୋମନାଥ କହିଛନ୍ତି ,
ଚନ୍ଦ୍ରଯାନ-୩ ମିସନ ଉତ୍କ୍ଷେପଣ ସମୟରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ତେବେ ସେତେବେଳେ ସେ ଏହାର କାରଣ ଜାଣିପାରି ନଥିଲେ। ଆଦିତ୍ୟ-ଏଲ୧ ମିସନ ଆରମ୍ଭ ହେବା ଦିନ ହିଁ ସ୍କାନିଂ ଦ୍ବାରା ରୋଗ ଚିହ୍ନଟ ହୋଇଥିଲା। ଏହା କେବଳ ତାଙ୍କୁ ନୁହେଁ ବରଂ ତାଙ୍କ ପରିବାର ଓ ସହକର୍ମୀମାନଙ୍କୁ ମଧ୍ୟ ଆଘାତ ଦେଇଥିଲା। ସେପ୍ଟେମ୍ବର ୨, ୨୦୨୩ରେ ଭାରତର ପ୍ରଥମ ମହାକାଶଭିତ୍ତିକ ସୌର ପର୍ଯ୍ୟବେକ୍ଷକ ଆଦିତ୍ୟ-ଏଲ୍୧ ସୂର୍ଯ୍ୟ ଉପରେ ଅଧ୍ୟୟନ ପାଇଁ ଯାତ୍ରା ଆରମ୍ଭ କରିବା ସମୟରେ ଏସ୍ ସୋମନାଥଙ୍କର ଏକ ନିୟମିତ ସ୍କାନ୍ କରାଯାଇଥିଲା। ଏହା ତାଙ୍କ ପେଟରେ ଟ୍ୟୁମର ବୃଦ୍ଧିକୁ ସ୍ପଷ୍ଟ କରିଥିଲା। ଏହାପରେ ସେ ଅଧିକ ପରୀକ୍ଷା ପାଇଁ ଚେନ୍ନାଇ ଯାଇଥିଲେ। ଏହା ଏକ ବଂଶାନୁକ୍ରମିକ ରୋଗର ଉପସ୍ଥିତିକୁ ନିଶ୍ଚିତ କରିଥିଲା। ଏହାପରେ ତାଙ୍କର ଅସ୍ତ୍ରୋପଚାର ସହ କେମୋଥେରାପି କରାଯାଇଥିଲା।

Tags: