ଇସ୍ରୋ ‌ବୈଜ୍ଞାନିକଙ୍କ ମନ୍ଦିର ଗସ୍ତକୁ ସମାଲୋଚନା କରିବାରୁ ଲେଖକଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ୧୦ ଜଣ ଲେଖକ ଏବଂ ହେତୁବାଦୀ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ବରଙ୍କୁ ଭେଟି ସେମାନଙ୍କୁ ହତ୍ୟା ଧମକ ମିଳିଥିବା କହିଛନ୍ତି ଏବଂ ସେମାନେ ସୁରକ୍ଷା ଲୋଡ଼ିଛନ୍ତି। ଚନ୍ଦ୍ରଯାନ ୩ର ଉତ୍‌କ୍ଷେପଣ ପୂର୍ବରୁ ଇସ୍ରୋ ବୈଜ୍ଞାନିକମାନଙ୍କ ତିରୁପତି ମନ୍ଦିର ଗସ୍ତକୁ ଏହି ଲେଖକମାନେ କଡ଼ା ସମାଲୋଚନା କରିଥିଲେ। ଏଥିପାଇଁ ସେମାନଙ୍କୁ ହତ୍ୟା ଧମକ ମିଳିଛି। ସେମାନଙ୍କ ପାଇଁ ୨ ପୃଷ୍ଠାର ଧମକପୂର୍ଣ୍ଣ ଚିଠି ଲେଖାଯାଇଛି। ଏଭଳି ଖରାପ୍‌ କାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କରାଯିବ […]

Samaya Live Picture
Published On

ନୂଆଦିଲ୍ଲୀ : କର୍ଣ୍ଣାଟକରେ ୧୦ ଜଣ ଲେଖକ ଏବଂ ହେତୁବାଦୀ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ବରଙ୍କୁ ଭେଟି ସେମାନଙ୍କୁ ହତ୍ୟା ଧମକ ମିଳିଥିବା କହିଛନ୍ତି ଏବଂ ସେମାନେ ସୁରକ୍ଷା ଲୋଡ଼ିଛନ୍ତି। ଚନ୍ଦ୍ରଯାନ ୩ର ଉତ୍‌କ୍ଷେପଣ ପୂର୍ବରୁ ଇସ୍ରୋ ବୈଜ୍ଞାନିକମାନଙ୍କ ତିରୁପତି ମନ୍ଦିର ଗସ୍ତକୁ ଏହି ଲେଖକମାନେ କଡ଼ା ସମାଲୋଚନା କରିଥିଲେ। ଏଥିପାଇଁ ସେମାନଙ୍କୁ ହତ୍ୟା ଧମକ ମିଳିଛି। ସେମାନଙ୍କ ପାଇଁ ୨ ପୃଷ୍ଠାର ଧମକପୂର୍ଣ୍ଣ ଚିଠି ଲେଖାଯାଇଛି। ଏଭଳି ଖରାପ୍‌ କାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ଚିଠିରେ କୁହାଯାଇଛି। ତେବେ ଲେଖକମାନେ ସରକାରଙ୍କୁ ଏନେଇ ଅବଗତ କରିବାପରେ ଏହି ଚିଠି ସଂକ୍ରାନ୍ତରେ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଫେସର କେ ମାରୁଲସିଦ୍ଦପ୍ପା , ବି ଜୟପ୍ରକାଶ, ଡ. ବସୁନ୍ଧରା ଭୁପଥି, ଏସ ଜି ସିଦ୍ଦରମେୟା ଏବଂ କୁମ୍‌ ବୀରଭଦ୍ରପ୍ପା। ପରମେଶ୍ବର କହିଛନ୍ତି, ସରକାର ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ପୁଲିସ ଡିଜି ଉକ୍ତ ମାମଲାର ତଦନ୍ତ କରିବାପାଇଁ ନିର୍ଦ୍ଦେଶ ହୋଇଛି। ମାରୁଲସିଦ୍ଦପ୍ପାଙ୍କ ଅଭି‌ଯୋଗ ଅନୁଯାୟୀ ଏହି ସମାନ ଗ୍ୟାଙ୍ଗ୍‌ ହିଁ ସାମ୍ବାଦିକ ଗୌରୀ ଲଙ୍କେଶ ଏବଂ ହେତୁବାଦୀ ନରେନ୍ଦ୍ର ଡାଭୋଲକରଙ୍କୁ ହତ୍ୟା କରିଥିଲେ। ସେ କହିଛନ୍ତି, ଯେତେବେଳେ ଆମେ ସାମ୍ପ୍ରଦାୟିକବାଦ ଏବଂ ଅନ୍ଧବିଶ୍ବାସ କଥା କହୁଛୁ ‌ସେତେବେଳେ

Tags: