ଇସ୍ରାଏଲ-ହମାସ ଯୁଦ୍ଧ ମୃତ୍ୟୁସଂଖ୍ୟା ୧୬୦୦ ଟପିଲା
ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ହେବାରେ ଲାଗିଛି। ହମାସ ସାମରିକ ମୁଖପାତ୍ର ଅବୁ ଉବେଇଦା କହିଛି, ଯଦି ଗାଜାରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ହୁଏ ତେବେ ହମାସ୍ ଆତଙ୍କବାଦୀ ପଣବନ୍ଦୀ ରଖଥିବା ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରାଯିବ। ଇସ୍ରାଏଲୀ ଏବଂ ହମାସ ଆତଙ୍କବାଦୀଙ୍କ ଯୁଦ୍ଧରେ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଇସ୍ରାଏଲୀ ଆକ୍ରମଣରେ ଗାଜା ଷ୍ଟ୍ରିପ୍ରେ ୧୪୩ ଶିଶୁ ଏବଂ ୧୦୫ ମହିଳାଙ୍କ ସମେତ ୭୦୪ […]
ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ହେବାରେ ଲାଗିଛି। ହମାସ ସାମରିକ ମୁଖପାତ୍ର ଅବୁ ଉବେଇଦା କହିଛି, ଯଦି ଗାଜାରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ହୁଏ ତେବେ ହମାସ୍ ଆତଙ୍କବାଦୀ ପଣବନ୍ଦୀ ରଖଥିବା ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରାଯିବ। ଇସ୍ରାଏଲୀ ଏବଂ ହମାସ ଆତଙ୍କବାଦୀଙ୍କ ଯୁଦ୍ଧରେ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଇସ୍ରାଏଲୀ ଆକ୍ରମଣରେ ଗାଜା ଷ୍ଟ୍ରିପ୍ରେ ୧୪୩ ଶିଶୁ ଏବଂ ୧୦୫ ମହିଳାଙ୍କ ସମେତ ୭୦୪ ଜଣଙ୍କ ମୃତ୍ୟୁ ହେଲାଣି। ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ହମାସ ଆକ୍ରମଣରେ ଇସ୍ରାଏଲରେ ୯୦୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୨୬୦୦ ଲୋକ ଆହତ ହୋଇଛନ୍ତି। ଇତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ ଆତଙ୍କବାଦୀଙ୍କ ଆଡ଼ା ସ୍ଥଳ ଭାଙ୍ଗି ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି । ଇସ୍ରାଏଲ ସେନା କହିଛି ଯେ ହମାସ ଆତଙ୍କବାଦୀ ଇସ୍ରାଏଲ ଆକ୍ରମଣ କରିବା ପରେ ସେମାନେ ଗାଜା ନିକଟବର୍ତ୍ତୀ ଅଞ୍ଚଳକୁ ପୁଣି ଥରେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ହମାସ ମଧ୍ୟ ଇସ୍ରାଏଲ ଉପରକୁ ହଜାର ହଜାର ରକେଟ୍ ମାଡ଼ କରିବା ସହ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିବା ସହିତ ଅତି କମ୍ରେ ୧୦୦ ଜଣଙ୍କୁ ବନ୍ଧକ ରଖିଥିଲା।
ସୋମବାର ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ, ଗାଜାଷ୍ଟ୍ରିପକୁ ସମ୍ପୂର୍ଣ୍ଣ ଦଖଲ କରିବା ପାଇଁ ସେ ଆଦେଶ ଦେଇଛନ୍ତି। ଗାଜାକୁ କୌଣସି ବିଦ୍ୟୁତ୍, ଖାଦ୍ୟ, ଇନ୍ଧନ କିଛି ଦିଆଯିବନି, ସବୁ ବନ୍ଦ କରିଦିଆଯିବ। ମାନବ ପଶୁମାନଙ୍କ ସହ ଆମକୁ ଲଢ଼ିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ଗାଜା ଏବେ ସମ୍ପୂର୍ଣ୍ଣ ଅନ୍ଧାର।




