ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ପାଇଁ ଚୁକ୍ତି

ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଇସ୍ରାଏଲ ଏବଂ ହମାସ ରାଜି ହୋଇଛନ୍ତି। ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ପାଇଁ ଉଭୟ ପକ୍ଷ ସହମତିରେ ପହଞ୍ଚିଛନ୍ତି। ଯୁଦ୍ଧ ବନ୍ଦ ସହ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବାପାଇଁ ଉଭୟ ପକ୍ଷ ଏକ ଚୁକ୍ତିରେ ପହଞ୍ଚିଥିବା ଜଣାପଡ଼ିଛି। ଦୀର୍ଘ ୧୫ ମାସ ପରେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବ। କତର ଏବଂ ଇଜିପ୍ଟର ମଧ୍ୟସ୍ଥତାରେ ଯୁଦ୍ଧବିରତି ପାଇଁ ହୋଇଥିବା ଆଲୋଚନା ସଫଳ […]

Samaya Live Picture
Published On

ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଇସ୍ରାଏଲ ଏବଂ ହମାସ ରାଜି ହୋଇଛନ୍ତି। ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ପାଇଁ ଉଭୟ ପକ୍ଷ ସହମତିରେ ପହଞ୍ଚିଛନ୍ତି। ଯୁଦ୍ଧ ବନ୍ଦ ସହ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବାପାଇଁ ଉଭୟ ପକ୍ଷ ଏକ ଚୁକ୍ତିରେ ପହଞ୍ଚିଥିବା ଜଣାପଡ଼ିଛି। ଦୀର୍ଘ ୧୫ ମାସ ପରେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବ। କତର ଏବଂ ଇଜିପ୍ଟର ମଧ୍ୟସ୍ଥତାରେ ଯୁଦ୍ଧବିରତି ପାଇଁ ହୋଇଥିବା ଆଲୋଚନା ସଫଳ ହୋଇଛି ବୋଲି ଆଜି ରାତିରେ ଘୋଷଣା ହୋଇଛି। ଗତକାଲି ଉଭୟ ପକ୍ଷ ଯୁଦ୍ଧବିରତି ସର୍ତ୍ତକୁ ନେଇ ସହମତି ପ୍ରକାଶ/ କରିଥିଲେ ଏବଂ ଆଜି ଯୁଦ୍ଧବିରତି କାର୍ଯ୍ୟକାରୀ କରିବା ପ୍ରକ୍ରିୟା ନେଇ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବା ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ଜଣ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ହମାସ ସୂଚନା ଦେଇଛି। ଯୁଦ୍ଧବିରତି ଲାଗୁ ପୂର୍ବରୁ ଏଭଳି ସ୍ଥିତିକୁ ନେଇ ମଧ୍ୟ ଦ୍ବନ୍ଦ୍ବ ଉପୁଜିଛି।

Tags: