ଇସ୍ରାଏଲ-ହମାସ ଯୁଦ୍ଧ ତେଜୁଥିବାବେଳେ ଦିଲ୍ଲୀ‌ରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ତେଜୁଥିବାବେଳେ ଦିଲ୍ଲୀରେ ଆଜି ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀରେ ସମ୍ଭାବ୍ୟ ହିଂସା ହେବା ସଂକ୍ରାନ୍ତରେ ସୁରକ୍ଷା ସଂସ୍ଥା ପକ୍ଷରୁ ଖବର ପାଇବାପରେ ଦିଲ୍ଲୀ ପୁଲିସ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରିଛି। ଶୁକ୍ରବାର ପ୍ରାର୍ଥନା ପୂର୍ବରୁ ଆଜି ଦିଲ୍ଲୀ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ଏବଂ ଇହୁଦୀ ଧାର୍ମିକ ପ୍ରତିଷ୍ଠାନ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ସୁରକ୍ଷା […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ତେଜୁଥିବାବେଳେ ଦିଲ୍ଲୀରେ ଆଜି ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀରେ ସମ୍ଭାବ୍ୟ ହିଂସା ହେବା ସଂକ୍ରାନ୍ତରେ ସୁରକ୍ଷା ସଂସ୍ଥା ପକ୍ଷରୁ ଖବର ପାଇବାପରେ ଦିଲ୍ଲୀ ପୁଲିସ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରିଛି। ଶୁକ୍ରବାର ପ୍ରାର୍ଥନା ପୂର୍ବରୁ ଆଜି ଦିଲ୍ଲୀ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ଏବଂ ଇହୁଦୀ ଧାର୍ମିକ ପ୍ରତିଷ୍ଠାନ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ସୁରକ୍ଷା ସଂସ୍ଥା ପକ୍ଷରୁ ଏନେଇ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ସତର୍କ କରାଯାଇଛି। ବିଭିନ୍ନ ରାଜ୍ୟରେ ରହୁଥିବା ଇସ୍ରାଏଲୀ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ କୁହାଯାଇଛି। ମହାରାଷ୍ଟ୍ର, ହିମାଚଳପ୍ରଦେଶ ଏବଂ ଗୋଆରେ ରହୁଥିବା ଇସ୍ରାଏଲୀ କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି। ଇସ୍ରାଏଲରେ ହିଂସା ବଢ଼ୁଥିବାବେଳେ ଅନ୍ୟ ରାଷ୍ଟ୍ର ଗୁଡ଼ିରେ ପାଲେଷ୍ଟାଇନ ସମର୍ଥିତ ଆନ୍ଦୋଳନ ଏବଂ ଇହୁଦୀ ଟାର୍ଗେଟ୍‌ ପାଇଁ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ରାଷ୍ଟ୍ରମାନେ ସୁରକ୍ଷା କଡ଼ାକଡ଼ି କରିଥିବାବେଳେ ଭାରତ ଏଭଳି ପଦକ୍ଷେପ ଗ୍ରହଣ କରିଛି।

Tags: