ଇସ୍ରାଏଲ-ହମାସ ଯୁଦ୍ଧରେ ନାଗରିକଙ୍କ ମୃତ୍ୟୁକୁ ଆମେ କଡ଼ା ନିନ୍ଦା କରୁଛୁ : ମୋଦୀ
ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ଯୁଦ୍ଧ ସ୍ଥିତି ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥାବାର୍ତ୍ତା ଏବଂ କୂଟନୈତିକ ଉପାୟ ଉପରେ ଗୁରୁତ୍ବାରୋପ କରିଛନ୍ତି। ଗ୍ଲୋବାଲ ସାଉଥ୍ ସମ୍ମିଳନୀରେ ଭର୍ଚୁଆଲ ଉଦ୍ବୋଧନ ଦେଇ ମୋଦୀ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ମୋଦୀ କହିଛନ୍ତି, ବୈଶ୍ବିକ ବିକାଶ ପାଇଁ ସବ୍କା ସାଥ୍, ସବ୍କା ବିକାଶ ଆବଶ୍ୟକ। କିନ୍ତୁ ପଶ୍ଚିମ ଏସିଆରୁ ନୂଆ ଚ୍ୟାଲେଂଜ ଆସିଥିବା ଆମେ ଦେଖୁଛୁ। ମୋଦୀ କହିଛନ୍ତି, ଅକ୍ଟୋବର ୭ ତାରିଖରେ ଇସ୍ରାଏଲରେ ଭୟଙ୍କର […]
ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ଯୁଦ୍ଧ ସ୍ଥିତି ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥାବାର୍ତ୍ତା ଏବଂ କୂଟନୈତିକ ଉପାୟ ଉପରେ ଗୁରୁତ୍ବାରୋପ କରିଛନ୍ତି। ଗ୍ଲୋବାଲ ସାଉଥ୍ ସମ୍ମିଳନୀରେ ଭର୍ଚୁଆଲ ଉଦ୍ବୋଧନ ଦେଇ ମୋଦୀ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ମୋଦୀ କହିଛନ୍ତି, ବୈଶ୍ବିକ ବିକାଶ ପାଇଁ ସବ୍କା ସାଥ୍, ସବ୍କା ବିକାଶ ଆବଶ୍ୟକ। କିନ୍ତୁ ପଶ୍ଚିମ ଏସିଆରୁ ନୂଆ ଚ୍ୟାଲେଂଜ ଆସିଥିବା ଆମେ ଦେଖୁଛୁ। ମୋଦୀ କହିଛନ୍ତି, ଅକ୍ଟୋବର ୭ ତାରିଖରେ ଇସ୍ରାଏଲରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରୁଛି ଏବଂ କଥାବାର୍ତ୍ତା ଓ କୂଟନୈତିକ ଉପାୟରେ ସମାଧାନ ଉପରେ ଗୁରୁ୍ତ୍ବାରୋପ କରୁଛି। ମୋଦୀ କହିଛନ୍ତି, ପାଲେଷ୍ଟାଇନ ରାଷ୍ଟ୍ରପତି ମହମୋଦ ଅବ୍ବାସଙ୍କ ସହ କଥାବାର୍ତ୍ତା ପରେ ଭାରତ ପାଲେଷ୍ଟାଇନ ଲୋକଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ମୋଦୀ କହିଛନ୍ତି, ବିଶ୍ବର ମଙ୍ଗଳ ପାଇଁ ଏବେ ବୈଶ୍ବିକ ଦକ୍ଷିଣ ରାଷ୍ଟ୍ରମାନେ ଏକାଠି କାମ କରିବାର ସମୟ ଆସିଛି।




