ଇସ୍ରାଏଲ ବିମାନ ଆକ୍ରମଣରେ ହମାସ କମାଣ୍ଡର ଓ ପରିବାର ସଦସ୍ୟ ନିପାତ

ନୂଆଦିଲ୍ଲୀ : ଇସ୍ରାଏଲର ବିମାନ ଆକ୍ରମଣରେ ହମାସ୍‌ ନେତୃତ୍ବାଧୀନ ଜାତୀୟ ସୁରକ୍ଷା ବାହିନୀର ମୁଖ୍ୟ ଜେହାଦ ମହିସେନ୍‌ ଏବଂ ତା ପରିବାର ସଦସ୍ୟ ନିପାତ ହୋଇଛନ୍ତି । ସେହିପରି ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଆକ୍ରମଣରେ ଜଣେ ହମାସ ନେତ୍ରୀ ଜମିଲା ଅବଦୁଲ୍ଲା ତାହା ଅଲ ଶାନ୍ତି ମଧ୍ୟ ନିହତ ହୋଇଛନ୍ତି। ୬୮ ବର୍ଷୀୟା ଅଲ ଶାନ୍ତି ପାଲେଷ୍ଟିନୀୟ ଲେଜିସଲେଟିଭ କାଉନସିଲ୍‌ର ଜଣେ ସଦସ୍ୟ ଏବଂ ହମାସ ପଲିଟିକାଲ ବ୍ୟୁରୋରେ ସେ ପ୍ରଥମ ମହିଳା। ଇସ୍ରାଏଲ ବିମାନ ଆକ୍ରମଣରେ […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲର ବିମାନ ଆକ୍ରମଣରେ ହମାସ୍‌ ନେତୃତ୍ବାଧୀନ ଜାତୀୟ ସୁରକ୍ଷା ବାହିନୀର ମୁଖ୍ୟ ଜେହାଦ ମହିସେନ୍‌ ଏବଂ ତା ପରିବାର ସଦସ୍ୟ ନିପାତ ହୋଇଛନ୍ତି । ସେହିପରି ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଆକ୍ରମଣରେ ଜଣେ ହମାସ ନେତ୍ରୀ ଜମିଲା ଅବଦୁଲ୍ଲା ତାହା ଅଲ ଶାନ୍ତି ମଧ୍ୟ ନିହତ ହୋଇଛନ୍ତି। ୬୮ ବର୍ଷୀୟା ଅଲ ଶାନ୍ତି ପାଲେଷ୍ଟିନୀୟ ଲେଜିସଲେଟିଭ କାଉନସିଲ୍‌ର ଜଣେ ସଦସ୍ୟ ଏବଂ ହମାସ ପଲିଟିକାଲ ବ୍ୟୁରୋରେ ସେ ପ୍ରଥମ ମହିଳା। ଇସ୍ରାଏଲ ବିମାନ ଆକ୍ରମଣରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଆଜି ଇସ୍ରାଏଲ ବିମାନ ଆକ୍ରମଣରେ ଦକ୍ଷିଣ ଗାଜା ଷ୍ଟ୍ରିପ୍‌ର ଖାନ୍‌ ୟୋନିସ ସହରରେ ୨୧ ଜଣଙ୍କ ମୃତ୍ୟୁ ହୋଇଛ।

Tags: