ଇସ୍ରାଏଲ ବିମାନ ଆକ୍ରମଣରେ ଗାଜା ପୁଲିସ ମୁଖ୍ୟଙ୍କ ସମେତ ୫୨ ନିହତ

ଗାଜା: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଗୁରୁବାର ଏକାଧିକ ବିମାନ ଆକ୍ରମଣ କରିଛି। ଇସ୍ରାଏଲର ଆକ୍ରମଣରେ ଗାଜା ପୁଲିସ ମୁଖ୍ୟଙ୍କ ସମେତ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାପଡ଼ିଛି। ମାନବୀୟ ସହାୟତା ପାଇଁ ଉଦ୍ଦିଷ୍ଟ ଟେଣ୍ଟ୍‌ ଉପରେ ମଧ୍ୟ ଇସ୍ରାଏଲ କରିଥିବା ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ଗାଜା ପୁଲିସ ମୁଖ୍ୟ ମହମ୍ମଦ ସଲା ଏବଂ ତାଙ୍କ ଉପମୁଖ୍ୟ ହୁସମ ଶୱାନଙ୍କ ମୃତ୍ୟୁ ହୋଇଛି। ସଲା ଜଣେ ବରିଷ୍ଠ […]

Samaya Live Picture
Published On

ଗାଜା: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ଗୁରୁବାର ଏକାଧିକ ବିମାନ ଆକ୍ରମଣ କରିଛି। ଇସ୍ରାଏଲର ଆକ୍ରମଣରେ ଗାଜା ପୁଲିସ ମୁଖ୍ୟଙ୍କ ସମେତ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାପଡ଼ିଛି। ମାନବୀୟ ସହାୟତା ପାଇଁ ଉଦ୍ଦିଷ୍ଟ ଟେଣ୍ଟ୍‌ ଉପରେ ମଧ୍ୟ ଇସ୍ରାଏଲ କରିଥିବା ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ଗାଜା ପୁଲିସ ମୁଖ୍ୟ ମହମ୍ମଦ ସଲା ଏବଂ ତାଙ୍କ ଉପମୁଖ୍ୟ ହୁସମ ଶୱାନଙ୍କ ମୃତ୍ୟୁ ହୋଇଛି। ସଲା ଜଣେ ବରିଷ୍ଠ ଅଧିକାରୀ ଏବଂ ପୁଲିସ ମୁଖ୍ୟଭାବେ ସେ ୬ ବର୍ଷ ଧରି ଦାୟିତ୍ବରେ ଥିଲେ। ତେବେ ଗାଜା ପୁଲିସ ମୁଖ୍ୟଙ୍କୁ ଇସ୍ରାଏଲ ହମାସ ମୁଖ୍ୟ ବୋଲି କହିଛି। ଗାଜାର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଏହି ହତ୍ୟାକୁ କଡ଼ା ନିନ୍ଦା କରିଛି ଏବଂ ପୁଲିସ ଅଧିକାରୀମାନେ ସେମାନଙ୍କ ଜାତୀୟ କର୍ତ୍ତବ୍ୟ ପାଳନ କରୁଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା କହିଛି। ଉଲ୍ଲେଖଯୋଗ୍ୟ, ଇସ୍ରାଏଲ ସେନା ପକ୍ଷରୁ ଆଜିର ଆକ୍ରମଣ ପୂର୍ବରୁ କୌଣସି ଏୟାର ରେଡ୍‌ ସାଇରନ୍‌ ଦିଆଯାଇନଥିଲା। ଇସ୍ରାଏଲ ଯୁଦ୍ଧବିମାନ ଓ ଡ୍ରୋନ୍‌ରୁ ଲଗାତାର ଆକ୍ରମଣ ହୋଇଥିଲା।

Tags: