ଇସ୍ରାଏଲ ବିମାନବନ୍ଦର ଉପରେ ହମାସର ରକେଟ୍ ବର୍ଷା

ନୂଆଦିଲ୍ଲୀ: ଇସ୍ରାଏଲର ବେନ୍ ଗୁରିଅନ ବିମାନବନ୍ଦର ଉପରେ ବୁଧବାର ଦିନ ହମାସ୍ ରକେଟ୍ ବର୍ଷା କରିଛି। ବିମାନବନ୍ଦରରେ ଆକ୍ରମଣ ହେବାପରେ ବେନ୍ ଗୁରିଅନ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି। ବିମାନବନ୍ଦରରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଖାଲି ବିମାନବନ୍ଦର ନୁହେଁ ହମାସ ମଧ୍ୟ ହସ୍ପିଟାଲ୍ ଗୁଡ଼ିକ ଉପରେ ଟାର୍ଗେଟ୍ ଆକ୍ରମଣ କରୁଛି। ଇସ୍ରାଏଲର ଅଶକେଲନରେ ଆଜି ହସ୍ପିଟାଲ୍ ଉପରେ ହମାସ୍ ପକ୍ଷରୁ ରକେଟ୍ ମାଡ଼ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲର ବେନ୍ ଗୁରିଅନ ବିମାନବନ୍ଦର ଉପରେ ବୁଧବାର ଦିନ ହମାସ୍ ରକେଟ୍ ବର୍ଷା କରିଛି। ବିମାନବନ୍ଦରରେ ଆକ୍ରମଣ ହେବାପରେ ବେନ୍ ଗୁରିଅନ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି। ବିମାନବନ୍ଦରରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଖାଲି ବିମାନବନ୍ଦର ନୁହେଁ ହମାସ ମଧ୍ୟ ହସ୍ପିଟାଲ୍ ଗୁଡ଼ିକ ଉପରେ ଟାର୍ଗେଟ୍ ଆକ୍ରମଣ କରୁଛି। ଇସ୍ରାଏଲର ଅଶକେଲନରେ ଆଜି ହସ୍ପିଟାଲ୍ ଉପରେ ହମାସ୍ ପକ୍ଷରୁ ରକେଟ୍ ମାଡ଼ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇଛନ୍ତି କି ନା’ ତାହା ଜଣାନାହିଁ। କିନ୍ତୁ ହମାସ୍ ଏକାଧିକ ହସ୍ପିଟାଲ୍କୁ ଟାର୍ଗେଟ୍ କରି ଆକ୍ରମଣ ଜାରି ରଖିଛି। ହମାସ ଆକ୍ରମଣରେ ଇସ୍ରାଏଲରେ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଛି।

Tags: