ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ପାଇଁ ଇରାନ ଦ୍ବାରା ନିୟୋଜିତ ଆତଙ୍କବାଦୀ ଗିରଫ

ତେଲ ଅବିବ୍‌: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଇସ୍ରାଏଲ୍‌ର ଅନ୍ୟ ପ୍ରମୁଖ ନେତା ତଥା ଅଧିକାରୀଙ୍କୁ ହତ୍ୟା କରିବାକୁ ଇରାନ ଦ୍ବାରା ନିୟୋଜିତ ଜଣେ ଇସ୍ରାଏଲ୍‌ ନାଗରିକଙ୍କୁ ଗିରଫ କରାଯାଇଛି। ଗିରଫ ୧ ମାସ ପୂର୍ବରୁ ହୋଇଥିଲେ ମଧ୍ୟ ଆଜି ଏନେଇ ଘୋଷଣା କରାଯାଇଛି। ଇସ୍ରାଏଲ ପୁଲିସ ଓ ଆଭ୍ୟନ୍ତରୀଣ ଗୁଇନ୍ଦା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଅଭିଯୁକ୍ତ ବ୍ୟକ୍ତି ହେଉଛି ମୋତି ମାମନ୍‌ (୭୪)। ଏପ୍ରିଲ୍‌ ଓ ମଇ ମାସରେ ଦୁଇଦୁଇ ଥର ସେ […]

Samaya Live Picture
Published On

ତେଲ ଅବିବ୍‌: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଇସ୍ରାଏଲ୍‌ର ଅନ୍ୟ ପ୍ରମୁଖ ନେତା ତଥା ଅଧିକାରୀଙ୍କୁ ହତ୍ୟା କରିବାକୁ ଇରାନ ଦ୍ବାରା ନିୟୋଜିତ ଜଣେ ଇସ୍ରାଏଲ୍‌ ନାଗରିକଙ୍କୁ ଗିରଫ କରାଯାଇଛି। ଗିରଫ ୧ ମାସ ପୂର୍ବରୁ ହୋଇଥିଲେ ମଧ୍ୟ ଆଜି ଏନେଇ ଘୋଷଣା କରାଯାଇଛି। ଇସ୍ରାଏଲ ପୁଲିସ ଓ ଆଭ୍ୟନ୍ତରୀଣ ଗୁଇନ୍ଦା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଅଭିଯୁକ୍ତ ବ୍ୟକ୍ତି ହେଉଛି ମୋତି ମାମନ୍‌ (୭୪)। ଏପ୍ରିଲ୍‌ ଓ ମଇ ମାସରେ ଦୁଇଦୁଇ ଥର ସେ ତୁର୍କୀ-ସିରିଆ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଯାଇଥିଲେ। ସେଠ‌ାରେ ସେ ‘ଏଡି’ ନାମକ ଇରାନର ଜଣେ ବିଲିୟନେୟାର ବ୍ୟବସାୟୀ ଓ ଇରାନ୍‌ ଗୁଇନ୍ଦା ବିଭାଗ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ଦୁଇଜଣ ତୁର୍କୀ ନାଗରିକ- ଆଣ୍ଡ୍ରେ ଓ ଜୁନିଆଦ୍‌ଙ୍କ ଦ୍ବାରା ଆୟୋଜନ କରାଯାଇଥିଲା। ପ୍ରଥମ ସାକ୍ଷାତକାରରେ ଅଭିଯୁକ୍ତ ମାମନ୍‌ଙ୍କୁ ଅର୍ଥ, ଇସ୍ରାଏଲର ପ୍ରମୁଖ ସ୍ଥାନର ଫଟୋଚିତ୍ର ଓ ବନ୍ଧୁକ ପ୍ରଦାନ କରାଯାଇଥିଲା। ଏହାସହ ଇରାନ୍‌ ଦ୍ବାରା ନିୟୋଜିତ ହୋଇଥିବା ଅନ୍ୟ ଇସ୍ରାଏଲ ନାଗରିକ, ଯେଉଁମାନେ ଇରାନ ସହ ଚୁକ୍ତି କରି ଯୋଜନାମୁତାବକ କାର୍ଯ୍ୟ କରିନାହାନ୍ତି ସେମାନଙ୍କୁ ଧମକଚମକ ଦେବାକୁ ମଧ୍ୟ କୁହାଯାଇଥିଲା। ଦ୍ବିତୀୟ ସାକ୍ଷାତକାର ଇରାନରେ ‘ଏଡି’ଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ସେଠାରେ ଅଭିଯୁକ୍ତ ମାମନ୍‌ ଇରାନ ଗୁଇନ୍ଦା ବିଭାଗର କେତେକ ଅଧିକାରୀଙ୍କୁ ଭେଟିଥିଲେ। ଏହି ସାକ୍ଷାତକାରରେ, ତାଙ୍କୁ ଇସ୍ରାଏଲ୍‌ରେ ଆତଙ୍କବାଦୀ କାର୍ଯ୍ୟକଳାପ ସଂଘଟିତ କରିବା, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ପ୍ରତିରକ୍ଷାମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ୍‌, ଇସ୍ରାଏଲ ଆଭ୍ୟନ୍ତରୀଣ ସୁରକ୍ଷା ସଂସ୍ଥାର ମୁଖ୍ୟ ରୋନେନ୍‌ ବାର୍‌ଙ୍କୁ ହତ୍ୟା କରିବାକୁ କୁହାଯାଇଥିଲା। ଏହାସହ ପୂର୍ବ ପ୍ରଧାନମନ୍ତ୍ରୀ ନାଫ୍‌ତାଲି ବେନେଟ୍‌ ଓ ଅନ୍ୟମାନଙ୍କୁ ମଧ୍ୟ ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମସ୍ତ କାର୍ଯ୍ୟନିମନ୍ତେ ଅଭିଯୁକ୍ତ ଆତତାୟୀ ଜଣକ ଆଗୁଆ ୧ନିୟୁତ ଡଲାର ମାଗିଥିଲା। ପ୍ରତି ସାକ୍ଷାତକାରରେ ଅଭିଯୁକ୍ତକୁ ୫ହଜାର ୟୁରୋ ପ୍ରଦାନ କରାଯାଇଥିଲା।

Tags: