ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଭୟଙ୍କର ରୂପ ନେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି । ନେତାନ୍ୟାହୁ ମୋଦୀଙ୍କୁ ଫୋନ୍ କରି ତାଙ୍କୁ ଯୁଦ୍ଧ ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି ବୋଲି ମୋଦୀ ଆଜି ଏକ୍ସରେ କହିଛନ୍ତି। କଥାବାର୍ତ୍ତା ସମୟରେ ମୋଦୀ ନେତାନ୍ୟାହୁଙ୍କୁ ଭାରତର ସମର୍ଥନ ଥିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ମୋଦୀ କହିଛନ୍ତି, ଭାରତର ଲୋକମାନେ ଏଭଳି ଜଟିଳ ସ୍ଥିତି ସମୟରେ ଇସ୍ରାଏଲ ସହ ଅଛନ୍ତି […]
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଭୟଙ୍କର ରୂପ ନେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି । ନେତାନ୍ୟାହୁ ମୋଦୀଙ୍କୁ ଫୋନ୍ କରି ତାଙ୍କୁ ଯୁଦ୍ଧ ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି ବୋଲି ମୋଦୀ ଆଜି ଏକ୍ସରେ କହିଛନ୍ତି। କଥାବାର୍ତ୍ତା ସମୟରେ ମୋଦୀ ନେତାନ୍ୟାହୁଙ୍କୁ ଭାରତର ସମର୍ଥନ ଥିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ମୋଦୀ କହିଛନ୍ତି, ଭାରତର ଲୋକମାନେ ଏଭଳି ଜଟିଳ ସ୍ଥିତି ସମୟରେ ଇସ୍ରାଏଲ ସହ ଅଛନ୍ତି ଏବଂ ଭାରତ ଆତଙ୍କବାଦକୁ ଏହାର ସମସ୍ତ ରୂପରେ ଅତ୍ୟନ୍ତ ଦୃଢ଼ ଭାବେ ନିନ୍ଦା କରୁଛି। ମୋଦୀଙ୍କ ସମର୍ଥନର ଜବାବ ଦେଇ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ଏକ୍ସରେ ଧନ୍ୟବାଦ ଜଣାଇଛନ୍ତି।




