ଇସ୍ରାଏଲ-ଗାଜା ଯୁଦ୍ଧ, ୨୪ ଘଣ୍ଟାରେ ଗାଜାରେ ୨୪୧ ମୃତ
ତେଲ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗାଜାରେ ଅତି କମ୍ରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। ଗାଜାରେ ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହା କରାଯାଇଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଏହି ଯୁଦ୍ଧକୁ ତାଙ୍କ ଲୋକଙ୍କ ବିରୋଧରେ ଏକ ଗମ୍ଭୀର ଅପରାଧ ବୋଲି କହିଛନ୍ତି। ଇସ୍ରାଏଲ ସେନା ମୁଖ୍ୟ ହର୍ଜି ହାଲେଭି କହିଛନ୍ତି ଯେ ହମାସ ସହ ସଂଘର୍ଷ ଆହୁରି ଅନେକ ମାସ ଜାରି ରହିବ। […]
ତେଲ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗାଜାରେ ଅତି କମ୍ରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। ଗାଜାରେ ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହା କରାଯାଇଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଏହି ଯୁଦ୍ଧକୁ ତାଙ୍କ ଲୋକଙ୍କ ବିରୋଧରେ ଏକ ଗମ୍ଭୀର ଅପରାଧ ବୋଲି କହିଛନ୍ତି। ଇସ୍ରାଏଲ ସେନା ମୁଖ୍ୟ ହର୍ଜି ହାଲେଭି କହିଛନ୍ତି ଯେ ହମାସ ସହ ସଂଘର୍ଷ ଆହୁରି ଅନେକ ମାସ ଜାରି ରହିବ। ଇସ୍ରାଏଲ କହିଛି ଯେ ମଙ୍ଗଳବାର ଏହା ୧୦୦ରୁ ଅଧିକ ସ୍ଥାନରେ ଆକ୍ରମଣ କରିଛି ଏବଂ କେନ୍ଦ୍ରୀୟ ଗାଜାରେ ସ୍ଥଳ ଅପରେସନ ଆରମ୍ଭ ହୋଇଛି। ପାଲେଷ୍ଟାଇନର ଡାକ୍ତରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତୁଲକରେମସ୍ଥିତ ନୁର ଶାମ୍ସ ଶରଣାର୍ଥୀ ଶିବିରରେ ରାତାରାତି ଇସ୍ରାଏଲର ଡ୍ରୋନ୍ ଆକ୍ରମଣରେ ୬ ଜଣ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ୨୪ ଘଣ୍ଟା ମଧ୍ୟରେ ୩୮୨ ଜଣ ଆହତ ହୋଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ୧୧ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷରେ ଅତି କମ୍ରେ ୨୧,୧୦୦ ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି ।




