ଇସ୍ରାଏଲ ଆକ୍ରମଣରେ ୨ ଶୀର୍ଷ ହମାସ୍‌ କମାଣ୍ଡର ନିପାତ

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲରେ ଆରମ୍ଭ ହୋଇଥିବା ଭୟଙ୍କର ଆକ୍ରମଣର ନେତୃତ୍ବ ନେଇଥିବା ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଦୁଇ ଜଣ ଶୀର୍ଷ କମାଣ୍ଡରଙ୍କୁ ଆଜି ଇସ୍ରାଏଲ ସେନା ନିପାତ କରିଛି। ଇସ୍ରାଏଲ ବାୟୁସେନାର ଡ୍ରୋନ୍‌ ଆକ୍ରମଣରେ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଶୀର୍ଷ କମାଣ୍ଡର ଅଲି କ୍ବାଦୀ ଏବଂ ଅବୁ ମେରାଦ ନିପାତ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ପକ୍ଷରୁ କୁହାଯାଇଛି। ଜଣେ ହମାସ ଆତଙ୍କବାଦୀ ହମାସ୍‌ ‌ଗୋଷ୍ଠୀର ନୁଖବା ୟୁନିଟ୍‌ର ମୁଖ୍ୟ କମାଣ୍ଡର […]

Samaya Live Picture
Published On

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲରେ ଆରମ୍ଭ ହୋଇଥିବା ଭୟଙ୍କର ଆକ୍ରମଣର ନେତୃତ୍ବ ନେଇଥିବା ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଦୁଇ ଜଣ ଶୀର୍ଷ କମାଣ୍ଡରଙ୍କୁ ଆଜି ଇସ୍ରାଏଲ ସେନା ନିପାତ କରିଛି। ଇସ୍ରାଏଲ ବାୟୁସେନାର ଡ୍ରୋନ୍‌ ଆକ୍ରମଣରେ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଶୀର୍ଷ କମାଣ୍ଡର ଅଲି କ୍ବାଦୀ ଏବଂ ଅବୁ ମେରାଦ ନିପାତ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ପକ୍ଷରୁ କୁହାଯାଇଛି। ଜଣେ ହମାସ ଆତଙ୍କବାଦୀ ହମାସ୍‌ ‌ଗୋଷ୍ଠୀର ନୁଖବା ୟୁନିଟ୍‌ର ମୁଖ୍ୟ କମାଣ୍ଡର ଥିଲା। ଏକ୍ସରେ ଏକ ପୋଷ୍ଟ୍‌ କରି ଇସ୍ରାଏଲ ବାୟୁସେନା ପକ୍ଷରୁ ଏହା ସ୍ପ‌ଷ୍ଟ କରାଯାଇଛି। ଗାଜାରେ ହମାସ୍‌ ଅପରେସନ ସେଣ୍ଟର ଉପରେ ଚଢ଼ଉ ଆରମ୍ଭ କରିଥିବା ଇସ୍ରାଏଲ ସେନାର ଆକ୍ରମଣରେ ଅନ୍ୟ ଜଣେ ହମାସ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛି। ଶତାଧିକ ହମାସ୍‌ ଅପରେସନ ସେଣ୍ଟର ଉପରେ ଇସ୍ରାଏଲ ବାୟୁସେନା ଦ୍ବାରା ବୋମାବର୍ଷା ହୋଇଛି। ଇସ୍ରାଏଲ ବାୟୁସେନାର ଯୁଦ୍ଧବିମାନ ହମାସ୍‌ ସେଣ୍ଟରକୁ ଟାର୍ଗେଟ୍‌ କରି ବୋମାବର୍ଷା ଜାରି ରଖିଛି

Tags: