ଇସ୍ରାଏଲ୍ ଉପରେ ହାମାସ୍ ଆତଙ୍କବାଦୀ ଗୋଷ୍ଠୀର ୫ ହଜାର ରକେଟ୍ ମାଡ଼ ପରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ
ନୂଆଦିଲ୍ଲୀ : ଇସ୍ରାଏଲ ଶନିବାର ଦିନ ‘ଷ୍ଟେଟ୍ ଅଫ୍ ୱାର’ ତଥା ଯୁଦ୍ଧ ସ୍ଥିତି ଘୋଷଣା କରିଛି ଏବଂ ଗାଜା ଷ୍ଟ୍ରିପ୍ ଉପରେ ବିମାନ ଆକ୍ରମଣ କରିଛି। ପାଲେଷ୍ଟାଇନ୍ର ହମାସ୍ ଆତଙ୍କବାଦୀ ଗୋଷ୍ଠୀ ଆଜି ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି। ହମାସ ଆତଙ୍କାବଦୀ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲ୍ ଉପରେ ୫ ହଜାର ରକେଟ୍ ମାଡ଼ କରିବାପରେ ଇସ୍ରାଏଲ ଯୁଦ୍ଧ ସ୍ଥିତି ଘୋଷଣା କରିଛି। ହମାସ ଆତଙ୍କବାଦୀ ଗୋଷ୍ଠୀର ଜଶେ ଶୀର୍ଷ ନେତା ମହମ୍ମଦ […]
ନୂଆଦିଲ୍ଲୀ : ଇସ୍ରାଏଲ ଶନିବାର ଦିନ ‘ଷ୍ଟେଟ୍ ଅଫ୍ ୱାର’ ତଥା ଯୁଦ୍ଧ ସ୍ଥିତି ଘୋଷଣା କରିଛି ଏବଂ ଗାଜା ଷ୍ଟ୍ରିପ୍ ଉପରେ ବିମାନ ଆକ୍ରମଣ କରିଛି। ପାଲେଷ୍ଟାଇନ୍ର ହମାସ୍ ଆତଙ୍କବାଦୀ ଗୋଷ୍ଠୀ ଆଜି ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି। ହମାସ ଆତଙ୍କାବଦୀ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲ୍ ଉପରେ ୫ ହଜାର ରକେଟ୍ ମାଡ଼ କରିବାପରେ ଇସ୍ରାଏଲ ଯୁଦ୍ଧ ସ୍ଥିତି ଘୋଷଣା କରିଛି। ହମାସ ଆତଙ୍କବାଦୀ ଗୋଷ୍ଠୀର ଜଶେ ଶୀର୍ଷ ନେତା ମହମ୍ମଦ ଡିଫ୍ ଏକ ବିବୃତି ଜାରି କରି ଇସ୍ରାଏଲ୍ ବିରୋଧରେ ହୋଇଥିବା ଆକ୍ରମଣକୁ ସ୍ବୀକାର କରିଛି। ଇସ୍ରାଏଲ ବିରୋଧରେ ଏକ ନୂଆ ସାମରିକ ଅପରେସନ୍ ଆରମ୍ଭ ହୋଇଛି ବୋଲି ବିବୃତିରେ କୁହାଯାଇଛି। ଅନ୍ୟପକ୍ଷେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲରେ ଅନୁପ୍ରବେଶ କରିଛନ୍ତି ବୋଲି ଦେଶର ପ୍ରତିରକ୍ଷା ବାହିନୀ ପକ୍ଷରୁ ଅଭିଯୋଗ ହୋଇଛି। ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ବ୍ୟବହାର କରାଯାଇଛି ଏବଂ ରାସ୍ତାରେ ଯାଉଥିବା ଗାଡ଼ି ମୋଟରକୁ ବି ଟାର୍ଗେଟ୍ କରାଯାଇଛି। ଉକ୍ତ ଆକ୍ରମଣରେ ପ୍ରତିକ୍ରିୟା ପ୍ରକାଶ କରି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି, ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରି ହମାସମାନେ ଏକ ବଡ଼ ଧରଣର ଭୁଲ୍ କରିଦେଇଛନ୍ତି। ଇସ୍ରାଏଲ ସେନା ଏହାର କାମ କରୁଛି। ହମାସ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯିବ ବୋଲି ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୁରକ୍ଷା ମୁଖ୍ୟମାନଙ୍କର ଏକ ବୈଠକ କରିଛନ୍ତି। ହମାସ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟ ପାଇଁ ଏହାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଦକ୍ଷିଣ ଏବଂ କେନ୍ଦ୍ରୀୟ ଅଂଶ ପ୍ରଭାବିତ ହୋଇଛି। ପବିତ୍ର ଜେରୁଜେଲମ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏୟାର ରେଡ୍ ସାଇରନ୍ ଦିଆଯାଇଛି। ଲୋକମାନେ ଘରେ ରହିବାପାଇଁ ସରକାର ଅନୁରୋଧ କରିଛନ୍ତି। ରକେଟ୍ ମାଡ଼ରେ ଇସ୍ରାଏଲର ଜଣେ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛଇ। ଆହୁରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।




