ଇସ୍ରାଏଲ୍‌କୁ ବିରୋଧ କରି ଭାରତୀୟ ଛାତ୍ର ଆମେରିକାରେ ଗିରଫ

ନ୍ୟୁୟର୍କ : ଆମେରିକାରେ ଇସ୍ରାଏଲ୍‌ ନୀତିକୁ ବିରୋଧ କରି ଜଣେ ଭାରତୀୟ ଛାତ୍ର ଗିରଫ ହୋଇଛନ୍ତି। ଅଭିଯୁକ୍ତ ପୋଷ୍ଟ ଡକ୍ଟରାଲ୍‌ ଫେଲୋ ଛାତ୍ରଙ୍କୁ ସମ୍ପ୍ରତି ଅପ୍ରବାସୀ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ଅଭିଯୁକ୍ତ ବାଦର ଖାନ୍‌ ସୁରୀ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆର ପୂର୍ବତନ ଛାତ୍ର ଅଟନ୍ତି। ବର୍ତ୍ତମାନ ସେ ୱାସିଂଟନ୍‌ ଡିସିସ୍ଥିତ ଜର୍ଜଟାଉନ୍‌ ବିଶ୍ବବିଦ୍ୟାଳୟର ୱାଲ୍‌ସ ସ୍କୁଲ୍‌ ଅଫ୍‌ ଫରେନ୍‌ ସର୍ଭିସ୍‌ର ଅଲ୍‌ୱାଲିଦ୍‌ ବିନ୍‌ ତଲାଲ୍‌ ସେଣ୍ଟର ଫରମ୍‌ ମୁସଲିମ୍‌-ଖ୍ରିଷ୍ଟିଆନ୍‌ ଅଣ୍ଡରଷ୍ଟାଣ୍ଡିଂରେ ପୋଷ୍ଟ ଡକ୍ଟରାଲ୍‌ ଫେଲୋ ଅଟନ୍ତି। […]

Samaya Live Picture
Published On

ନ୍ୟୁୟର୍କ : ଆମେରିକାରେ ଇସ୍ରାଏଲ୍‌ ନୀତିକୁ ବିରୋଧ କରି ଜଣେ ଭାରତୀୟ ଛାତ୍ର ଗିରଫ ହୋଇଛନ୍ତି। ଅଭିଯୁକ୍ତ ପୋଷ୍ଟ ଡକ୍ଟରାଲ୍‌ ଫେଲୋ ଛାତ୍ରଙ୍କୁ ସମ୍ପ୍ରତି ଅପ୍ରବାସୀ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ଅଭିଯୁକ୍ତ ବାଦର ଖାନ୍‌ ସୁରୀ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆର ପୂର୍ବତନ ଛାତ୍ର ଅଟନ୍ତି। ବର୍ତ୍ତମାନ ସେ ୱାସିଂଟନ୍‌ ଡିସିସ୍ଥିତ ଜର୍ଜଟାଉନ୍‌ ବିଶ୍ବବିଦ୍ୟାଳୟର ୱାଲ୍‌ସ ସ୍କୁଲ୍‌ ଅଫ୍‌ ଫରେନ୍‌ ସର୍ଭିସ୍‌ର ଅଲ୍‌ୱାଲିଦ୍‌ ବିନ୍‌ ତଲାଲ୍‌ ସେଣ୍ଟର ଫରମ୍‌ ମୁସଲିମ୍‌-ଖ୍ରିଷ୍ଟିଆନ୍‌ ଅଣ୍ଡରଷ୍ଟାଣ୍ଡିଂରେ ପୋଷ୍ଟ ଡକ୍ଟରାଲ୍‌ ଫେଲୋ ଅଟନ୍ତି। ସୋମବାର ରାତିରେ ହୋମ୍‌ଲ୍ୟାଣ୍ଡ୍‌ ସିକ୍ୟୁରିଟି ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ବାଦର ଖାନ୍‌ଙ୍କ ଓକିଲ ହସନ୍‌ ଅହମ୍ମଦ କହିଛନ୍ତି, ବର୍ତ୍ତମାନ ବାଦର ଖାନଙ୍କୁ ଭିର୍ଜିନିଆ ନିଆଯାଇଛି। ତାଙ୍କର ‘ଷ୍ଟୁଡେଣ୍ଟ୍‌ ଭିସା’କୁ ରଦ୍ଦ କରାଯାଇଛି। ବାଦର ଖାନ୍‌ଙ୍କ ପତ୍ନୀ ପାଲେଷ୍ଟାଇନ୍‌ ବଂଶୋଦ୍ଭବ ଓ ଜଣେ ଆମେରିକୀୟ ନାଗରିକ ମଧ୍ୟ, ଏଣୁ ଉଭୟ ଇସ୍ରାଏଲ୍‌କୁ ବିରୋଧ କରୁଥିବା ସନ୍ଦେହରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆଶଙ୍କା କରାଯାଉଛି। ବାଦରଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟରେ ଆବେଦନ କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ କଲମ୍ବିଆ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଜଣେ ଭାରତୀୟ ଛାତ୍ରୀ ରଞ୍ଜନୀ ଶ୍ରୀନିବାସନ୍‌ ହମାସ୍‌କୁ ସମର୍ଥନ ଜଣାଇ ଅପ୍ରବାସୀ ଆଇନ ଉଲ୍ଲଘନରେ ତଦନ୍ତ ପରିସରଭୁକ୍ତ ହୋଇଥିଲେ।

Tags: