ଇସ୍ରାଏଲୀ ଗୁଇନ୍ଦାର ସବୁଠୁ ବଡ଼ ବିଫଳତା
ନୂଆଦିଲ୍ଲୀ : ଇସ୍ରାଏଲରେ ଅତି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି। ହମାସ୍ ଆତଙ୍କବାଦୀ ଆକ୍ରମଣରେ ଇସ୍ରାଏଲରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ମାତ୍ର ୨୦ ମିନିଟ୍ ମଧ୍ୟରେ ହମାସ୍ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲରେ ୫ ହଜାରରୁ ଅଧିକ ରକେଟ୍ ମାଡ଼ ହୋଇଥିଲା। ତେବେ ସମସ୍ତଙ୍କୁ ଗୋଟିଏ କଥା ବିଶ୍ମିତ କରିଛି। ଇସ୍ରାଏଲର ଗୁଇନ୍ଦା ସମଗ୍ର ବିଶ୍ବରେ ଏତେ ଶକ୍ତିଶାଳୀ ହୋଇ ବି ଏହା କିଭଳି ବିଫଳ ହେଲା। ଇସ୍ରାଏଲ ଏବଂ ଗାଜା ଷ୍ଟ୍ରିପ୍ ମଧ୍ୟରେ […]
ନୂଆଦିଲ୍ଲୀ : ଇସ୍ରାଏଲରେ ଅତି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି। ହମାସ୍ ଆତଙ୍କବାଦୀ ଆକ୍ରମଣରେ ଇସ୍ରାଏଲରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ମାତ୍ର ୨୦ ମିନିଟ୍ ମଧ୍ୟରେ ହମାସ୍ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲରେ ୫ ହଜାରରୁ ଅଧିକ ରକେଟ୍ ମାଡ଼ ହୋଇଥିଲା। ତେବେ ସମସ୍ତଙ୍କୁ ଗୋଟିଏ କଥା ବିଶ୍ମିତ କରିଛି। ଇସ୍ରାଏଲର ଗୁଇନ୍ଦା ସମଗ୍ର ବିଶ୍ବରେ ଏତେ ଶକ୍ତିଶାଳୀ ହୋଇ ବି ଏହା କିଭଳି ବିଫଳ ହେଲା। ଇସ୍ରାଏଲ ଏବଂ ଗାଜା ଷ୍ଟ୍ରିପ୍ ମଧ୍ୟରେ ଥିବା ଅତି ସୁରକ୍ଷାସମ୍ପନ୍ନ ସୀମାକୁ ପାଲେଷ୍ଟାଇନ୍ର ହମାସ ଆତଙ୍କବାଦୀମାନେ ଭାଙ୍ଗି ଇସ୍ରାଏଲରେ ପ୍ରବେଶ କରିବାରେ ସଫଳ ହୋଇଥିଲେ ଏବଂ ଗାଜାରୁ ଇସ୍ରାଏଲକୁ ହଜାର ହଜାର ରକେଟ୍ ମାଡ଼ କରିଥିଲେ। ଇସ୍ରାଏଲର ଘରୋଇ ଗୁଇନ୍ଦା ସଂସ୍ଥା ସିନ ବେଟ୍, ଏହାର ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥା ମୋସାଦ ଏବଂ ଇସ୍ରାଏଲ ପ୍ରତିରକ୍ଷା ବିଭାଗର ସମସ୍ତ ଗୁଇନ୍ଦା ସମ୍ବଳର ଉପଯୋଗ ସତ୍ତ୍ବେ ବିପଦକୁ ରୋକି ହୋଇନଥିଲା କି କେହି କିଛି ଜାଣି ପାରିନଥିଲେ। ମଧ୍ୟ ପ୍ରାଚ୍ୟରେ ଇସ୍ରାଏଲର ଗୁଇନ୍ଦା ସେବା ସବୁଠାରୁ ସକ୍ରିୟ। ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ, ଲେବାନନ୍, ସିରିୟା ଏବଂ ଅନ୍ୟ ସ୍ଥାନରେ ବି ଏହାର ଗୁଇନ୍ଦା ପ୍ରତିନିଧି ଅଛନ୍ତି। ପୂର୍ବରୁ ଏହା ସଠିକ୍ ସମୟରେ ଆତଙ୍କବାଦୀଙ୍କ ଗତିବିଧିଙ୍କ ସମ୍ପର୍କରେ ଅବଗତ ହୋଇ ସେମାନଙ୍କ ଉପରେ ଆକ୍ରମଣ କରିଛି। ଗାଜା ଏବଂ ଇସ୍ରାଏଲ ମଧ୍ୟରେ ଥିବା ସୀମା ବାଡ଼ରେ ବି କ୍ୟାମେରା ଏବଂ ସେନ୍ସର ଲାଗିଛି। ଏଠାରେ ନିୟମିତ ଆର୍ମି ପାଟ୍ରୋଲ୍ କରାଯାଉଛି। ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଆତଙ୍କବାଦୀମାନେ ଏହି ସୀମା ବାଡ଼କୁ ଭାଙ୍ଗି ଇସ୍ରାଏଲରେ ପ୍ରବେଶ କରିଛନ୍ତି। ସେମାନେ ସମୁଦ୍ର ପଥ ଏବଂ ପାରାଗ୍ଲାଇଡର ଦ୍ବାରା ବି ଇସ୍ରାଏଲରେ ପ୍ରବେଶ କରିଛନ୍ତି। ଇସ୍ରାଏଲରେ ଏଭଳି ଭୟଙ୍କର ଆକ୍ରମଣ ପାଇଁ ହମାସ୍ ଆତଙ୍କବାଦୀ ଗୋଷ୍ଠୀ ସ୍ବତନ୍ତ୍ର ତାଲିମ ନେଇଥିବା କୁହାଯାଉଛି। ମାତ୍ର ୨୦ ମିନିଟ୍ରେ ଚାରିପଟୁ ୫ ହଜାରରୁ ଅଧିକ ରକେଟ୍ ମାଡ଼ ହେଲା। ସବୁ ପ୍ରକାର ବ୍ୟବସ୍ଥା ସତ୍ତ୍ବେ ଇସ୍ରାଏଲ ଏଭଳି ଆକ୍ରମଣ ରୋକିବାରେ ବିଫଳ ହୋଇଛି। ଇସ୍ରାଏଲ୍ ଗୁଇନ୍ଦା ସଂସ୍ଥା ପାଇଁ ଏହା ସବୁଠାରୁ ବଡ଼ ବିଫଳତା।




