ଇସ୍ରାଏଲର ଦାବି , ଗାଜା ହସ୍ପିଟାଲ୍ ହମାସ ଦ୍ବାରା ବ୍ୟବହାର ହେଉଛି

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେରୁ ଅଧିକ ଦିନ ବିତିଗଲାଣି। ଗାଜାରେ ମୋଟ୍ ୨.୩ ନିୟୁତ ଜନସଂଖ୍ୟାରୁ ପ୍ରାୟ ୨ ତୃତୀୟାଂଶ ସେମାନଙ୍କ ଘର ଛାଡ଼ିଦେଲେଣି। ଲଢ଼େଇ ଜୋରଦାର ହୋଇଛି। ହସ୍ପିଟାଲ୍ ନିକଟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବାରୁ ଅନେକ ଲୋକ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ୍ରୁ ଲୋକମାନେ ପଳାୟନ ଆରମ୍ଭ କରିଛନ୍ତି। ଗାଜା ସିଟିର ମୁଖ୍ୟ ହସ୍ପିଟାଲ୍ ନିକଟରେ ଇସ୍ରାଏଲୀ ଟ୍ୟାଙ୍କ୍ ମୁତୟନ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଅନୁଯାୟୀ ଗାଜାର ସିଫା ହସ୍ପିଟାଲ୍ରେ […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେରୁ ଅଧିକ ଦିନ ବିତିଗଲାଣି। ଗାଜାରେ ମୋଟ୍ ୨.୩ ନିୟୁତ ଜନସଂଖ୍ୟାରୁ ପ୍ରାୟ ୨ ତୃତୀୟାଂଶ ସେମାନଙ୍କ ଘର ଛାଡ଼ିଦେଲେଣି। ଲଢ଼େଇ ଜୋରଦାର ହୋଇଛି। ହସ୍ପିଟାଲ୍ ନିକଟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବାରୁ ଅନେକ ଲୋକ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ୍ରୁ ଲୋକମାନେ ପଳାୟନ ଆରମ୍ଭ କରିଛନ୍ତି। ଗାଜା ସିଟିର ମୁଖ୍ୟ ହସ୍ପିଟାଲ୍ ନିକଟରେ ଇସ୍ରାଏଲୀ ଟ୍ୟାଙ୍କ୍ ମୁତୟନ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଅନୁଯାୟୀ ଗାଜାର ସିଫା ହସ୍ପିଟାଲ୍ରେ ୩ ଦିନ ଧରି ବିଦ୍ୟୁତ ନାହିଁ। ଏହା ଏବେ ଅଚଳ ହୋଇଯାଇଛି। ତେବେ ଇସ୍ରାଏଲ ଦାବି କରିଛି ଯେ ଗାଜାର ସିଫା ହସ୍ପିଟାଲକୁ ହମାସ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି। ସେମାନେ ହସ୍ପିଟାଲ୍ରେ ପଣବନ୍ଦୀଙ୍କୁ ରଖିଛନ୍ତି। ହସ୍ପିଟାଲ ତଳେ ହମାସର ଏକ ବିଶାଳ ଭୂ୍ତଳ କମାଣ୍ଟ ସେଣ୍ଟର କମ୍ପ୍ଲେକ୍ସ ରହିଛି। ହମାସ ଟନେଲ୍ର ବୁଲେଟପ୍ରୁଫ୍ ଡୋର୍ ରହିଛି। ଏଠାରୁ ହସ୍ପିଟାଲକୁ ବାଟ ଫିଟିଛି ଏବଂ ହମାସମାନେ ଏହି ହସ୍ପିଟାଲକୁ ବ୍ୟବହାର କରୁଛନ୍ତି ବୋଲି ଇସ୍ରାଏଲ ଦାବି କରିଛି। ଗାଜା ସିଟିରେ ଥିବା ଗାଜା ସଂସଦକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦଖଲ କରିନେଇଥିବା ଦାବି ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଗୋଲାନି ବ୍ରିଗେଡ୍ ଗାଜା ସଂସଦ ଭବନରେ ଫଟୋ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି।

Tags: