ଇସ୍ରାଏଲର ଗାଜା ଆକ୍ରମଣ ଜାରି , ଶୀର୍ଷ ହମାସ କମାଣ୍ଡର ନିପାତ
ନୂଆଦିଲ୍ଲୀ : ଇସ୍ରାଏଲ ଗାଜାରେ ଏହାର ସ୍ଥଳ ଅଭିଯାନ ଜାରି ରଖିଛି। ଇସ୍ରାଏଲର ବିମାନ ଆକ୍ରମଣରେ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡର ନିପାତ ହୋଇଛି। ଅକ୍ଟୋବର ୭ ତାରିଖରେ ଇସ୍ରାଖଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଇବ୍ରାହିମ ଦାୟୀ। ହମାସର ସେଣ୍ଟ୍ରାଲ ଜବାଲିଆ ବାଟାଲିଅନର ସେ କମାଣ୍ଡର। ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଅନୁଯାୟୀ ଆକ୍ରମଣରେ ଅନେକ ସଂଖ୍ୟାରେ ହମାସ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆକ୍ରମଣରେ ହମାସର ଏକ ଭୂତଳ ଆତଙ୍କବାଦୀ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି। […]
ନୂଆଦିଲ୍ଲୀ : ଇସ୍ରାଏଲ ଗାଜାରେ ଏହାର ସ୍ଥଳ ଅଭିଯାନ ଜାରି ରଖିଛି। ଇସ୍ରାଏଲର ବିମାନ ଆକ୍ରମଣରେ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡର ନିପାତ ହୋଇଛି। ଅକ୍ଟୋବର ୭ ତାରିଖରେ ଇସ୍ରାଖଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଇବ୍ରାହିମ ଦାୟୀ। ହମାସର ସେଣ୍ଟ୍ରାଲ ଜବାଲିଆ ବାଟାଲିଅନର ସେ କମାଣ୍ଡର। ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଅନୁଯାୟୀ ଆକ୍ରମଣରେ ଅନେକ ସଂଖ୍ୟାରେ ହମାସ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆକ୍ରମଣରେ ହମାସର ଏକ ଭୂତଳ ଆତଙ୍କବାଦୀ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି। ନାଗରିକମାନେ ସେମାନଙ୍କ ସୁରକ୍ଷା ପାଇଁ ଦକ୍ଷିଣକୁ ଚାଲିଯିବାପାଇଁ ଆଇଡିଏଫ୍ ପୁଣିଥରେ କହିଛି। ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁଁ ପାଖାପାଖି ୫୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ହମାସ ମୁଖପାତ୍ର ହାଜେମ କ୍ବାସେମ କହିଛି ଇସ୍ରାଏଲ ଆକ୍ରମଣ ସମୟରେ ସେଠାରେ କୌଣସି ହମାସ କମାଣ୍ଡର ନଥିଲେ। ଇସ୍ରାଏଲ ଜାଣିଶୁଣି ନାଗରିକଙ୍କୁ ହତ୍ୟା କରିଛି ବୋଲି ହମାସ ପକ୍ଷରୁ ଦାବି ହୋଇଛି।




