ଇସ୍ରାଏଲରେ ୨୨ ଆମେରିକୀୟଙ୍କ ମୃତ୍ୟୁ , ଆଜି ବ୍ଲିଙ୍କେନ୍‌ଙ୍କ ଇସ୍ରାଏଲ ଗସ୍ତ

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ପାଲେସ୍ତିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ ଉପରେ ଆକ୍ରମଣ ତୀବ୍ର କରିଛି ଏବଂ ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ବୋମାବର୍ଷା କରୁଛି। ଯୁଦ୍ଧରେ ପାଖାପାଖି ୪ ହଜାର ଲୋକଙ୍କ ମୃ୍ତ୍ୟୁ ହେଲାଣି। ଗାତା ସୀମା ନିକଟରେ ଇସ୍ରାଏଲ ବ୍ୟାପକ ସେନା ମୁତୟନ କରିଛି। ସୀମା ନିକଟରେ ଇସ୍ରାଏଲ ୩ ଲକ୍ଷ ସୈନ୍ୟ ମୁତୟନ କରିଛି। ହମାସ ଆକ୍ରମଣରେ ଇସ୍ରାଏଲରେ ୨୨ […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ପାଲେସ୍ତିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ ଉପରେ ଆକ୍ରମଣ ତୀବ୍ର କରିଛି ଏବଂ ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ବୋମାବର୍ଷା କରୁଛି। ଯୁଦ୍ଧରେ ପାଖାପାଖି ୪ ହଜାର ଲୋକଙ୍କ ମୃ୍ତ୍ୟୁ ହେଲାଣି। ଗାତା ସୀମା ନିକଟରେ ଇସ୍ରାଏଲ ବ୍ୟାପକ ସେନା ମୁତୟନ କରିଛି। ସୀମା ନିକଟରେ ଇସ୍ରାଏଲ ୩ ଲକ୍ଷ ସୈନ୍ୟ ମୁତୟନ କରିଛି। ହମାସ ଆକ୍ରମଣରେ ଇସ୍ରାଏଲରେ ୨୨ ଆମେରିକୀୟଙ୍କ ମୃତ୍ୟୁ ହୋଇଛି। ଆମେରିକା ବିଦେଶ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ତେବେ ଆମେରିକା ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି, ଆମେରିକୀୟଙ୍କର କେଉଁ ସ୍ଥାନରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି। ଇତି ମଧ୍ୟରେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଆଜି ଇସ୍ରାଏଲ ଗସ୍ତ କରିବେ ଏବଂ ଇସ୍ରାଏଲର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିବେ।

Tags: