ଇସ୍ରାଏଲରେ ବ୍ରିଟେନ ବିଦେଶ ମନ୍ତ୍ରୀ, ସାଇରନ ବାଜିବାରୁ ପ୍ରାଣ ବିକଳରେ ଦୌଡ଼ିଲେ

ନୂଆଦିଲ୍ଲୀ : ବ୍ରିଟେନ ବିଦେଶ ସଚିବ ଜେମ୍ସ କ୍ଲେଭର୍‌ଲି ଏବେ ଇସ୍ରାଏଲ ଗସ୍ତରେ ଅଛନ୍ତି। କ୍ଲେଭର୍‌ଲି ଇସ୍ରାଏଲରେ ହମାସ ଆକ୍ରମଣର ପୀଡ଼ିିତ ଏବଂ ବରିଷ୍ଠ ଇସ୍ରାଏଲୀ ନେତାଙ୍କୁ ଭେଟିଛନ୍ତି। ତେବେ ବ୍ରିଟେନ୍‌ ବିଦେଶ ମନ୍ତ୍ରୀ ଦକ୍ଷିଣ ଇସ୍ରାଏଲରେ ଥିବାବେଳେ ହଠାତ୍‌ ରକେଟ୍‌ ମାଡ଼ ହେବା ନେଇ ସାଇରନ ବାଜିଥିଲା। ପ୍ରାଣ ବିକଳରେ ସେ ଦୌଡ଼ିଥିଲେ। ଏହାର ଏକ ଭିଡିଓ ଏକ୍ସରେ ଜାରି କରି ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏହା ହିଁ ଇସ୍ରାଏଲର ବାସ୍ତବ ସ୍ଥିତି। […]

Samaya Live Picture
Published On

ନୂଆଦିଲ୍ଲୀ : ବ୍ରିଟେନ ବିଦେଶ ସଚିବ ଜେମ୍ସ କ୍ଲେଭର୍‌ଲି ଏବେ ଇସ୍ରାଏଲ ଗସ୍ତରେ ଅଛନ୍ତି। କ୍ଲେଭର୍‌ଲି ଇସ୍ରାଏଲରେ ହମାସ ଆକ୍ରମଣର ପୀଡ଼ିିତ ଏବଂ ବରିଷ୍ଠ ଇସ୍ରାଏଲୀ ନେତାଙ୍କୁ ଭେଟିଛନ୍ତି। ତେବେ ବ୍ରିଟେନ୍‌ ବିଦେଶ ମନ୍ତ୍ରୀ ଦକ୍ଷିଣ ଇସ୍ରାଏଲରେ ଥିବାବେଳେ ହଠାତ୍‌ ରକେଟ୍‌ ମାଡ଼ ହେବା ନେଇ ସାଇରନ ବାଜିଥିଲା। ପ୍ରାଣ ବିକଳରେ ସେ ଦୌଡ଼ିଥିଲେ। ଏହାର ଏକ ଭିଡିଓ ଏକ୍ସରେ ଜାରି କରି ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏହା ହିଁ ଇସ୍ରାଏଲର ବାସ୍ତବ ସ୍ଥିତି। ଇସ୍ରାଏଲୀମାନେ ଗତ କିଛିଦିନ ହେବ ଏମିତି ବଞ୍ଚୁଛନ୍ତି। ପ୍ରତିଟି ଇସ୍ରାଏଲୀ ବ୍ୟକ୍ତି, ମହିଳା ଏବଂ ଶିଶୁଙ୍କ ଉପରେ ହମାସ ରକେଟ୍‌ ମାଡ଼ର ବିପଦ ରହିଛି। ଇସ୍ରାଏଲରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ପାଖାପାଖି ୪ ହଜାର ଲୋକଙ୍କର ମୃତ୍ୟୁ ହେଲାଣି। ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବାବେଳେ ନିରୀୟ ସାଧାରଣ ଲୋକଙ୍କ ଜୀବନ ବଳି ପଡ଼ିଯାଉଛି।

Tags: