ଇସ୍ରାଏଲରେ ପହଞ୍ଚିଲେ ବାଇଡେନ, ନେତାନ୍ୟାହୁଙ୍କ ସହ କଥା ହେଲେ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି। ବାଇଡେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି ଏବଂ ଯୁଦ୍ଧ ସ୍ଥିତି ନେଇ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି। ଯୁଦ୍ଧ ଭଳି ସଙ୍କଟ ସମୟରେ ଇସ୍ରାଏଲର ନାଗରିକଙ୍କ ପ୍ରତି ସହଯୋଗ ଓ ସମର୍ଥନ ପ୍ରଦାନ ସ୍ବରୂପ ବାଇଡେନ ଏହି ଗସ୍ତ କରିଛନ୍ତି। ଗାଜାରେ ହସ୍ପିଟାଲ ଉପରେ ଆକ୍ରମଣ ହେବା ସମୟରେ ବାଇଡେନ୍ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ତେବେ ହସ୍ପିଟାଲ୍ ଆକ୍ରମଣକୁ ନେଇ ହମାସ […]
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି। ବାଇଡେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି ଏବଂ ଯୁଦ୍ଧ ସ୍ଥିତି ନେଇ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି। ଯୁଦ୍ଧ ଭଳି ସଙ୍କଟ ସମୟରେ ଇସ୍ରାଏଲର ନାଗରିକଙ୍କ ପ୍ରତି ସହଯୋଗ ଓ ସମର୍ଥନ ପ୍ରଦାନ ସ୍ବରୂପ ବାଇଡେନ ଏହି ଗସ୍ତ କରିଛନ୍ତି। ଗାଜାରେ ହସ୍ପିଟାଲ ଉପରେ ଆକ୍ରମଣ ହେବା ସମୟରେ ବାଇଡେନ୍ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ତେବେ ହସ୍ପିଟାଲ୍ ଆକ୍ରମଣକୁ ନେଇ ହମାସ ଇସ୍ରାଏଲକୁ ଦାୟୀ କରିଥିବାବେଳେ ଇସ୍ରାଏଲ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ବାଇଡେନ୍ ହସ୍ପିଟାଲ୍ ଆକ୍ରମଣ ସଂକ୍ରାନ୍ତରେ ଟିପ୍ପଣୀ ରଖି କହିଛନ୍ତି ଯେ ଅନ୍ୟ ପାର୍ଶ୍ବରୁ ଆକ୍ରମଣ ହେବା ଭଳି ଲାଗୁଛି। ବାଇଡେନ ଆଜି ନେତାନ୍ୟାହୁଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଆମେରିକା ଇସ୍ରାଏଲକୁ ହମାସ ବିରୋଧୀ ଲଢ଼େଇରେ ସହଯୋଗ କରିବ। ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ସବୁ ପ୍ରକାର ସହଯୋଗ କରିବ ବୋଲି ବାଇଡେନ୍ କହିଛନ୍ତି।




