ଇସ୍ରାଏଲରେ ଗଠନ ହେଲା ଜରୁରୀ ମିଳିତ ସରକାର

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଥିବାବେଳେ ଇସ୍ରାଏଲରେ ଏବେ ମିଳିତ ସରକାର ଗଠନ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ବିରୋଧୀ ଦଳ ନେତା ବେନ୍ନି ଗାଣ୍ଟଜ ଏକ ଜରୁରୀ ମିଳିତ ସରକାର ଗଠନ କରିବାପାଇଁ ରାଜି ହୋଇଛନ୍ତି। ଗାଣ୍ଟ୍‌ଜଙ୍କ ନେସନାଲ ୟୁନିଟ ପାର୍ଟି ପକ୍ଷରୁ ଏକ ବିବୃତି ଜାରି କରି ଏହା ଘୋଷଣା କରଯାଇଛି। ଉଭୟ ପକ୍ଷ ଏକ ଯୁଦ୍ଧ କ୍ୟାବିନେଟ ଗଠନ କରିଛନ୍ତି। ଏହି କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ବେନ୍ନି ଗାଣ୍ଟଜ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଥିବାବେଳେ ଇସ୍ରାଏଲରେ ଏବେ ମିଳିତ ସରକାର ଗଠନ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ବିରୋଧୀ ଦଳ ନେତା ବେନ୍ନି ଗାଣ୍ଟଜ ଏକ ଜରୁରୀ ମିଳିତ ସରକାର ଗଠନ କରିବାପାଇଁ ରାଜି ହୋଇଛନ୍ତି। ଗାଣ୍ଟ୍‌ଜଙ୍କ ନେସନାଲ ୟୁନିଟ ପାର୍ଟି ପକ୍ଷରୁ ଏକ ବିବୃତି ଜାରି କରି ଏହା ଘୋଷଣା କରଯାଇଛି। ଉଭୟ ପକ୍ଷ ଏକ ଯୁଦ୍ଧ କ୍ୟାବିନେଟ ଗଠନ କରିଛନ୍ତି। ଏହି କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ବେନ୍ନି ଗାଣ୍ଟଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ ରହିଛନ୍ତି। ଦେଶ ଉପରେ ଏବେ ଭୟାନକ ଆତଙ୍କବାଦୀ ଆକ୍ରମଣ ଜାରି ରହିଥିବା ବେଳେ ବିଭିନ୍ନ ମୁସ୍‌ଲିମ ରାଷ୍ଟ୍ର ଏବଂ ଇସ୍‌ଲାମିକ ଆତଙ୍କବାଦୀ ସଂଗଠନ ମିଳିତ ଆକ୍ରମଣ ଆଶଙ୍କା ଥିବାରୁ ଜରୁରୀ ମିଳିତ ସରକାର ଗଠନ ହୋଇଛି। ଇସ୍ରାଏଲ ତା’ର ସବୁ ଶକ୍ତି ଖଟାଇ ଶତ୍ରୁଙ୍କୁ ନିପାତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଗାଲ୍ଲାଣ୍ଟ କହିଛନ୍ତି।

Tags: