ଇସ୍ରାଏଲରେ କୌଣସି ଭାରତୀୟଙ୍କ ମୃତ୍ୟୁ ହୋଇନି : ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ଅପରେସନ୍‌ ଅଜୟ ଆରମ୍ଭ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି। ଇସ୍ରାଏଲରୁ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଆଣିବାପାଇଁ ଆଜି ବିଳମ୍ବିତ ରାତିରେ ପ୍ରଥମ ଚାର୍ଟଡ ବିମାନ ତେଲ୍‌ ଅଭିଭ୍‌ରେ ପହଞ୍ଚିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଥମ ବ୍ୟାଚ୍‌ରେ ୨୩୦ ଭାରତୀୟଙ୍କୁ ଇସ୍ରା‌ଏଲରୁ ଅଣା‌ଯିବ। ଆସନ୍ତାକାଲି ସକାଳେ ସେମାନେ ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭାରତ ଅପରେସନ୍‌ ଅଜୟ ଆରମ୍ଭ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି। ଇସ୍ରାଏଲରୁ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଆଣିବାପାଇଁ ଆଜି ବିଳମ୍ବିତ ରାତିରେ ପ୍ରଥମ ଚାର୍ଟଡ ବିମାନ ତେଲ୍‌ ଅଭିଭ୍‌ରେ ପହଞ୍ଚିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଥମ ବ୍ୟାଚ୍‌ରେ ୨୩୦ ଭାରତୀୟଙ୍କୁ ଇସ୍ରା‌ଏଲରୁ ଅଣା‌ଯିବ। ଆସନ୍ତାକାଲି ସକାଳେ ସେମାନେ ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ ଇସ୍ରାଏଲରେ କୌଣସି ନାଗରିକଙ୍କ ମୃତ୍ୟୁ ହୋଇନାହିଁ। ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି। ସେମାନଙ୍କୁ ନିର୍ଦ୍ଦେଶାବଳି ଅନୁକରଣ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ବିଦେଶ ମନ୍ତ୍ରାଳୟ କହିଛି। ୱେଷ୍ଟ ବ୍ୟାଙ୍କ୍‌ରେ ପ୍ରାୟ ୧୨ରୁ ଅଧିକ ଲୋକ କାମ କରୁଥିବାବେଳେ ୩-୪ ଜଣ ଗାଜାରେ ଅଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରହିଛି।

Tags: